ଆମପାଣି ବୁଢାରଜାଙ୍କ ପ୍ରସିଦ୍ଧ ‘ଦଶରା’ ସଂପନ୍ନ, ଏଥର ବିନା ଭକ୍ତରେ ପାଳିତ ହେଲା ଯାତ୍ରା

କୋକସରା: କଳାହାଣ୍ଡି ଓ ନବରଙ୍ଗପୁ ଜିଲ୍ଲା ସୀମାନ୍ତ ଘାଟି ମୁଣ୍ଡରେ ପୁଜା ପାଉଥିବା ପ୍ରଭୁ ବୁଢାରଜା ଦେବଙ୍କ ବାର୍ଷିକ ଦଶରା ଶନିବାର ବିନା ଭକ୍ତରେ ପାଳିତ ହୋଇଯାଇଛି। କୋଭିଡ କଟକଣାକୁ ନେଇ ଧର୍ମଗଡ ଉପଖଣ୍ଡ ଜିଲ୍ଲା ପ୍ରଶାସନ ତରଫରୁ ଜାରି ହୋଇଥିବା ୧୪୪ ଧାର କୁ ବଲବତ୍ତ ରଖି ପୁଜାକାର୍ଯ୍ୟା ସମାପନ ହୋଇଛି ।


ଆଜି (ଶନିବାର) ସକାଳ ୬ ଘଣ୍ଟା ରୁ ରବିବାର ୧୦ ଘଣ୍ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ । ବିଧିରକ୍ଷା ପୂର୍ବକ ବିନା ଭକ୍ତ ରେ ପାଳନ ହୋଇଥିବା ବେଳେ କୌଣସି ଶ୍ରଦ୍ଧାଳୁ ଦର୍ଶନ ପାଇ ପାରି ନଥିଲେ । ପ୍ରତି ବର୍ଷ ଯାତ୍ରାରେ ରେ ଜିଲ୍ଲା ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥାଏ । ଏହା ସହ ମାନସିକ ଧାରୀ ଶ୍ରଦ୍ଧାଳୁ ଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଥାଏ । ତେବେ ଚଳିତ ବର୍ଷ କରୋନା ସଂକ୍ରମଣ କୁ ପ୍ରତିହତ କରିବା ପାଇଁ ପ୍ରଶାସନ ଏହି ଦଶରା ଉପରେ ପ୍ରତିବନ୍ଧକ ଲଗାଇଛି । ତେଣୁ କୌଣସି ଲୋକ ଘରୁ ବାହାରି ନଥିବା ବେଳେ ଶ୍ରଧାଲୁ ମାନେ ନିଜ ଘର ଆଗରେ ରହି ଲାଠି ଶୋଭାଯାତ୍ରା କୁ ଦେଖି ନଡିଆ ଭାଙ୍ଗିଥିଲେ ।


ଭକ୍ତ ମାନେ ପ୍ରଭୁ ବୁଢାରଜାଙ୍କୁ ଦର୍ଶନ କରି ପାରିନଥିବାବେଳେ ଏହାକୁ ନେଇ ଶ୍ରଦ୍ଧାଳୁ ଙ୍କ ମନରେ କ୍ଷୋଭ ଦେଖାଦେଇଛି । ନିଜର ଆରାଧ୍ୟ ଦେବତା ପ୍ରଭୁ ବୁଢାରାଜା ଙ୍କ ଦର୍ଶନ ପାଇଁ ବର୍ଷ ସାରା ଶ୍ରଦ୍ଧାଳୁ ଚାହିଁ ରହିଥାନ୍ତି । ହେଲେ ପ୍ରଶାସନର କଟକଣା ଯୋଗୁଁ ନିଜର ଅରଧ୍ୟ ଦେବତା ପ୍ରଭୁ ବୁଠାରଜାଙ୍କୁ ଦର୍ଶନ କରି ପାରି ନଥିଲେ । ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ନାରାୟଣ ନାଏକ ଙ୍କ ନେତୃତ୍ୱରେ ଜୟପାଟଣା ଥାନା ଅଧିକାରୀଣୀ ରଶ୍ମିତା ପ୍ରଧାନ, ଆମପାଣି ଥାନା ଅଧିକାରୀଣି ପୁଷ୍ପାଞ୍ଜଳି ନୀଙ୍ଗୀ ସେମତେ ଶନ୍ତି ଶୃଙ୍ଖଳା ନିମନ୍ତେ ୨ ପ୍ଲାଟୁନ ପୋଲିସ ମୁତାୟନ କରାଯାଇଥିଲା । ତେବେ ପ୍ରଥମ ଥର ପାଇ ବିନା ଭକ୍ତରେ ପ୍ରଭୂ ବୁଢାରଜା ଙ୍କ ଦଶରା ସମାପନ ହୋଇଛି । ପୂଜା କମିଟି ପକ୍ଷରୁ ପ୍ରଶସନର ସମସ୍ତ ନିୟମ କୁ ପାଳନ କରି ପୁଜାକାର୍ଯ୍ୟ କାରାଯାଇ ଥିବାନେଇ କମିଟିର ସଭାପତି ରୁତୁରାଜ ମାଝୀ ସୂଚନା ଦେଇଛନ୍ତି ।


ବୁଢାରଜା ଦେବଙ୍କ ମୂଖ୍ୟ ପୁଜକ ଫକୀର ମୋହନ ପୁଝାରୀ ବିଧି ମୁତାବକ ସମସ୍ତ କାର୍ଯ୍ୟ ସମ୍ପାଦନ କରି ଥିବାବେଳେ ସଂପାଦକ ଶିତାକାନ୍ତ ନାଏକ, କୋଷାଧ୍ୟକ୍ଷ ଗଙ୍ଗାଧର ନାଏକ, ଲକ୍ଷପତି ମାଝୀ, ଦୟାନିଧି ନାଏକ, କେଶରୀ ମାଝୀ, ନିତ୍ୟାନନ୍ଦ ମାଝୀ, ତିଲୋତମା ନାଏକ, ମାଧୁରୀ ନାଏକ, ଆମପାଣି ସରପଞ୍ଚ ଟିକିଚନ୍ଦ୍ର ନାଏକ, ବିଘ୍ନେଶର ନାଏକ ଭାସ୍କର ରାଓ ପ୍ରମୂଖ ବିଭିନ୍ନ କାର୍ଯ୍ୟରେ ସହ ଯୋଗ କରିଥିଲେ ।

କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in

Click here to Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.