ଚାଲ ବୁଲିଯିମାଁ କଳାହାଣ୍ଡିକେ ଆଲବମର ଶୁଭ ଉନ୍ମୋଚନ ଉତ୍ସବ

କଳାହାଣ୍ଡି: କଳାହାଣ୍ଡିର କଳା ସଂସ୍କୃତି, ଅତିହ୍ୟ ପରମ୍ପରା, ଦେବଦେବୀ, ପର୍ଯ୍ୟଟନ ସ୍ଥଳୀ, ଆଦିବାସୀ ଚଳଣିକୁ ଭିତ୍ତି କରି ଓଡିଶାର ଯୁବ ଲେଖକ ଓ ସଂଗୀତ ନିର୍ଦେଶକ ଶ୍ରୀ ସତ୍ୟବ୍ରତ ଦାଶ ଏକ ଭିଡ଼ିଓ ଆଲବମ ‘ଚାଲ ବୁଲିଯିମାଁ କଳାହାଣ୍ଡିକେ’ ପ୍ରସ୍ତୁତି କରି ନୂତନ ଇତିହାସ ସ୍ତୃଷ୍ଟି କରିଛନ୍ତି। ସମାଜସେବୀ ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ମହାଖୁଡ଼ ପ୍ରଯୋଜନା କରି ଏହାକୁ ଭିନ୍ନ ରୂପ ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଆଲବମର ଉନ୍ମୋଚନ ଉତ୍ସବରେ ଓଡିଶା ସରକାରଙ୍କ ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ଉନ୍ମୋଚନ କରିଥିଲେ ଏବଂ କଳାହାଣ୍ଡିରେ ପ୍ରଥମ ଥର ଏପରି ଆଲବମ ହୋଇଛି ବୋଲି କହି କଳାକାର ମାନଙ୍କୁ ପ୍ରସଂଶା କରିଛନ୍ତି। ଉତ୍ସବରେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ନାଟ୍ୟକାର ତଥା ଲେଖକ ଡ଼ଃ. ଉମେଶ ଚନ୍ଦ୍ର ଶତପଥି ଯୋଗଦେଇଥିଲେ।

Udyog Nursery
Udyogi Nursery


ଏଥିରେ ଯଯାତି କେଶରୀ ନାୟକ କଣ୍ଠଦାନ କରିଛନ୍ତି, ଏସ. ରାକେଶ ନିର୍ଦେଶନା ଦେଇଥିବାବେଳେ ମଧୁସୂଦନ ପଣ୍ଡା କେମେରା ଭାର ଗ୍ରହଣ କରିଛନ୍ତି। ଶ୍ରୀ ମହାଖୁଡ଼ ଏହାକୁ କଳାହାଣ୍ଡି ସାରା ବୁଲି କୋଣ ଅନୁକୋଣର ପର୍ଯ୍ୟଟନ ସ୍ଥଳୀ, ମନ୍ଦିର, କୁଟୀର ଶିଳ୍ପ, କାରୁକାର୍ୟ୍ଯ କୁ ସୁଟିଂ କରାଇ ବୁଦ୍ଧିଜୀବୀ ମହଲରେ ଚର୍ଚିତ ଚେହେରା ପାଲଟିଛନ୍ତି। ଏହାର ପ୍ରଥମ ସୁଟିଂ ଥୁଆମୂଳ ରାମପୁର ବ୍ଲକର ଖମାରପଦର ଠାରେ ଥିବା ବୃହତ ଜଳପ୍ରପାତ “ସିନ୍ଦେର ” ରୁ ଆରମ୍ଭ କରାଯାଇଥିଲା।

ଏହି ଗୀତ ପାଇଁ ଦେଶ ବିଦେଶରୁ ଅଭିନନ୍ଦନ ର ସୁଅ ଛୁଟୁଛି। କଳାହାଣ୍ଡିର ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ମନେ ଏଥିରେ ଅଭିନୟ କରିଛନ୍ତି ଯଥା -ସଂସ୍କୃତି ଗବେଷକ ଜୟନ୍ତ ବେହେରା, ଭୀମସେନ ସାହୁ, ଚଳଚିତ୍ର ଅଭିନେତା କାଦିର ଖାନ, ଭବେନ୍ଦ୍ର ପଣ୍ଡା, ଡ଼ଃ. ଅଜୟ ମିଶ୍ର, ଚିତ୍ତରଞ୍ଜନ ମଣ୍ଡଳ, ଆଦିତ୍ୟ ନନ୍ଦ, ରାଜ୍ୟସ୍ତରୀୟ କ୍ରିକେଟ ଖେଳାଳି ରବି ପଟ୍ଟନାୟକ, ଅବିନାଶ ଠାକୁର, ଚଳଚିତ୍ର ଅଭିନେତା ତ୍ରିମୋହନ ସାହୁ, ବରିଷ୍ଠ ଲେଖକ ଓ ସାମ୍ବାଦିକ ସତ୍ୟନାରାୟଣ ମହାପାତ୍ର, ଭାନୁ ପ୍ରକାଶ ରଥ, ରାଷ୍ଟ୍ରପତି ପ୍ରୁରସ୍କୃତ ଧ୍ୟାନ ପଣ୍ଡା, କଣ୍ଠ ଶିଳ୍ପୀ କରୁଣାକର ଦାସ, ସୁନାମ ମୁନା, ଦିଲୀପ ନାଏକ, ବିଦ୍ୟୁତ ବିଭାଗ ଯନ୍ତ୍ରୀ ମନୋଜ ପଟ୍ଟନାୟକ, ମହମ୍ମଦ ସାହେବ, ତ୍ରିଲୋଚନ ପାଣିଗ୍ରାହୀ, ବବଲୁ ଯୋଶୀ, ମଧୁବନ ନାଏକ, ଧବଳେଶ୍ୱର ମହାପାତ୍ର, ଦେବରାଜ ଛତ୍ରିଆ, ସୁଶାନ୍ତ ବିଶ୍ୱାଳ, କ୍ଷୀରସିନ୍ଧୁ ନାଏକ, ଆଚାର୍ଯ୍ୟ ହୃଷିକେଶ, ସାମ୍ବାଦିକ ଅଂଶୁମାନ ପାତ୍ର, ସୂର୍ଯ୍ୟ ମହାଖୁଡ଼, ସେନାପତି ନାଏକ, ସୁରେନ୍ଦ୍ର ମୁନି, ଚିଣ୍ଟୁ ପ୍ରସାଦ ନାଏକ, ଶିଶୁ କଳାକାର ରିହାନ, ଅଂଶିକା, ସିଦ୍ଧାର୍ଥ, ଅଙ୍କିତ ଅନିମେଷ, ସୂର୍ଯ୍ୟଆଂଶ। ଏମାନଙ୍କ ନିଖୁଣ ଅଭିନୟକୁ ସାରା ଓଡିଶା ବାସୀ ପ୍ରଶଂସା କରିଛନ୍ତି।

କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in

Click here to Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.