ବୃଦ୍ଧ ଦମ୍ପତ୍ତିଙ୍କୁ କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ପକ୍ଷରୁ ସହାୟତା ପ୍ରଦାନ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ତରଫରୁ ଲାଞ୍ଜିଗଡ଼ ବ୍ଲକ ଦୁରଭଟା ଗାଁର ଏକ ଅସହାୟ ଦମ୍ପତ୍ତିଙ୍କୁ ସହାୟତା ପ୍ରଦାନ କରାଯାଇଛି। ଏହି ଗାଁର ଦେବରାଜ ଗଉଡ (୬୫) ଓ ତାଙ୍କ ଧର୍ମପତ୍ନୀ ଲକ୍ଷ୍ମୀ ଝାଟିମାଟି କୁଡ଼ିଆରେ ଦିନ ବିତାଉଛନ୍ତି। ଆହାସାହା ହେବାକୁ ତାଙ୍କ ପାଖରେ କିଏ ନାହାନ୍ତି। ଏମାନଙ୍କ ଜମିବାଡ଼ି କିଛି ନଥିବାବେଳେ ପରିଣତ ବୟସରେ ଆଗଭଳି ଆଉ କାମଦାମ କରିପାରୁ ନାହାଁନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସରକାରଙ୍କ ଦ୍ବାରା ପ୍ରଦତ୍ତ ବାର୍ଦ୍ଧକ୍ୟ ଭତ୍ତା ଓ ୧୦କେଜି ଚାଉଳରେ ଜେନତେଣ ପ୍ରକାରେ ସେମାନେ ଗୁଜୁରାଣ ମେଣ୍ଟାନ୍ତି। ଏହି ବୃଦ୍ଧ ଦମ୍ପତ୍ତିଙ୍କ ବିଷୟରେ ଜାଣିବାପରେ କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସହାପତି ଗୋବିନ୍ଦ ବନଛୋରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଦୁରଭଟା ଗାଁକୁ ଯାଇ ଏହି ଦମ୍ପତ୍ତିଙ୍କୁ କିଛି ଆର୍ଥିକ ସହାୟତା, ରାସନ ସାମଗ୍ରୀ ଓ ଶିତ ବସ୍ତ୍ର ପ୍ରଦାନ କରିଛନ୍ତି।

Udyog Nursery
Udyogi Nursery

ଏହି ସହାୟତା ପ୍ରଦାନ ସମୟରେ ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଶ୍ରୀ ବନଛୋରଙ୍କ ସହ ଲାଞ୍ଜିଗଡ଼ ବ୍ଲକ ଯାଦବ ସମିତି ସଭାପତି ରଘୁବୀର ନାଗ, ଉପସଭାପତି ଶୋଭାବନ ଛତର, ସଂପାଦକ ଧବଳେଶ୍ଵର ଠେଲା, ଲାଞ୍ଜିଗଡ଼ ରୋଡ଼ ପଞ୍ଚାୟତ ଯାଦବ ସମିତି ସଭାପତି ପୂର୍ଣ୍ଣଚନ୍ଦ୍ର ଗଉଡ,

କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ଉପସଭାପତି ସୁନୀଲ କୁମାର ଧଙ୍ଗଡାମାଝୀ, ଇଶ୍ବରଚନ୍ଦ୍ର ବଗର୍ତ୍ତୀ, ସହ ସଂପାଦକ ତ୍ରିଲକ୍ଷ ନାଏକ ଏବଂ ଲାଞ୍ଜିଗଡ଼ ବ୍ଲକ ଯୁବ ଯାଦବ ମହାସଭା ସଭାପତି ଡିଲେଶ କୁମାର ନାଗ ପ୍ରମୂଖ ଉପସ୍ଥିତ ଥିଲେ।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Click here to Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.