● କବି ପଦ୍ମଲୋଚନ ଭୋଇଙ୍କ ସ୍ମୃତିରେ କବିତା ପାଠୋତ୍ସବ
ନର୍ଲା (ନିରଞ୍ଜନ ଗଉଡ଼): କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସହିତ୍ୟାନୁଷ୍ଠାନ ‘ସାହିତ୍ୟ ମନ୍ଦିର’ର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି। ସ୍ଥାନୀୟ ମାଉଣ୍ଟେନ୍ କିଡ୍ସ ଇଂଲିଶ ମିଡିୟମ ସ୍କୁଲ୍ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ କବି କୁଳମଣି ସାହୁ ସଭାପତି, ମୋହନ କୁମାର ଭଟ୍ଟ ଉପ-ସଭାପତି, କୁମୁଦ ନାଏକ ସଂପାଦକ, ମେଦିନୀଧର ଜାନୀ ସହ-ସଂପାଦକ, ନୀଳକଣ୍ଠ ଦଣ୍ଡସେନା କୋଷାଧ୍ୟକ୍ଷ, ଅରୁଣ ପ୍ରଧାନୀ ଆବାହକ ଓ ନବୀନ ଦାଶ ମୁଖ୍ୟ ଉପଦେଷ୍ଟା ଭାବେ ମନୋନୀତ ହୋଇଥିଲେ। ଏଥିସହ ୨୧ ଜଣ କାର୍ଯ୍ୟକାରିଣୀ ସଭ୍ୟ ମନୋନୀତ ହୋଇଥିଲେ।
ଏହି ଅବସରରେ କବି ପଦ୍ମଲୋଚନ ଭୋଇଙ୍କ ସ୍ମୃତିରେ ଏକ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା। ଏଥିରେ କବି ନବୀନ ଦାଶ ମୁଖ୍ୟ ଅତିଥି, ବର୍ଷିୟାନ କବି ପଦ୍ମଲୋଚନ ମିଶ୍ର ମୁଖ୍ୟବକ୍ତା, କବି ବିରଞ୍ଚି ନାରାୟଣ ମୁଣ୍ଡ ଓ କବି ମେଦିନୀଧର ଜାନୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ ସାହିତ୍ୟ ମନ୍ଦିରର ସଭାପତି କୁଳମଣି ସାହୁ ଅଧ୍ୟକ୍ଷତା କରିଥିଲେ। କବି ହେମନ୍ତ ସାହୁ କବିତା ସଂଯୋଜନା କରିଥିବା ବେଳେ ମୋହନ କୁମାର ଭଟ୍ଟ ସଭା ପରିଚାଳନା କରିଥିଲେ। କବି କୁମୁଦ ନାଏକ, ଲକ୍ଷ୍ମଣ ବାଗ, ଯାଜ୍ଞସେନ ପ୍ରଧାନ, ନରସିଂହ ଥାପା, ସଂଘମିତ୍ରା ପଣ୍ଡା, ବାସନ୍ତୀ ସାହୁ, କୈଳାସ ଚନ୍ଦ୍ର ସ୍ୱାଇଁ, ହିମାଞ୍ଚଳ ସାହୁ ପ୍ରମୁଖ କବିତା ପାଠ କରିଥିଲେ। ଶେଷରେ କବି ଅରୁଣ ପ୍ରଧାନୀ ଧନ୍ୟବାଦ ଅର୍ପଣ କରିଥିଲେ।