ବ୍ଲକ ପ୍ରଶାସନର ସାପ୍ତାହିକ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ଲାଞ୍ଜି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସାପ୍ତାହିକ ଜନଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ମୁଖ୍ୟ ପୁରୋଧା ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର ଯୋଗଦେଇ ଲୋକଙ୍କ ଅଭିଯୋଗ ଗ୍ରହଣ କରିବା ସହିତ ସମାଧାନ ପାଇଁ ଉଦ୍ୟମ କରିଥିଲେ । ତାଙ୍କ ସହିତ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷ ଇଂ. ଫକୀରମୋହନ ମାଝୀ, ଏବିଡିଓ ବିଭୁତିଭୂଷଣ ଶତପଥି, ସହକାରୀ ଯନ୍ତ୍ରୀ ରେଣୁକା ଠାକୁର, ପିଏ ଶଙ୍କର୍ଷଣ ସାହୁ, ଗ୍ରାମ୍ୟ ଜଳ ଯୋଗାଣ କନିଷ୍ଠଯନ୍ତ୍ରୀ ଦଶମତ ମାଝୀ, ବ୍ଲକ ଯୋଗାଣ ଅଧିକାରୀ ସନ୍ତୋଷ ପ୍ରଧାନ, ଏପିଓ ସଞ୍ଜିବ କୁମାର ପରିଡା, ସାମାଜିକ ସଂପ୍ରସାରଣ ଅଧିକାରୀ ସୁଜିତ କୁମାର ସାହୁ, ବିପିସି ରାଜେଶ କୁମାର ମହାରଣା, ଯନ୍ତ୍ରୀ ଗୋଲକ ଭୋଇ ପ୍ରମୁଖ ଯୋଗ ଦେଇଥିଲେ ।


ଲାଞ୍ଜି ସରପଞ୍ଚ ବିଷ୍ଣୁ ଚରଣ ଭୋଇ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଲେଖ ବିଶି, ସମିତି ସଭ୍ୟା ଆରତି ଧଙ୍ଗଡ଼ାମାଝୀ, ଗ୍ରାମ ରୋଜଗାର ସେବକ ସୁଧାଂଶୁ ବାଗ ଓ ଭାଗବତ ପ୍ରସାଦ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଶିବିରରେ ରେକର୍ଡ ସଂଖ୍ୟକ ୪୯୯ ଲୋକେ ଯୋଗଦେଇ ସେମାନଙ୍କ ଆପତ୍ତି ଅଭିଯୋଗ ଜଣାଇଥିଲେ।


ଲୋକଙ୍କ ଅଭିଯୋଗ ଓ ସେଗୁଡିକର ସମାଧାନ ପାଇଁ ବିଡିଓ ଶ୍ରୀ ମିଶ୍ର ବ୍ଲକ ତଥା ପଞ୍ଚାୟତସ୍ତରୀୟ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଜିର କାର୍ଯ୍ୟକ୍ରମକୁ ଯୋଗାଣ ସହାୟକ ଭଗବାନ ମଙ୍ଗରାଜ, ଜିଓଟେକର ସୋରାଜ ବିଶି ପ୍ରମୁଖ ସହଯୋଗ କରିଥିଲେ। ଶିବିରରେ ଲୋକେ ଗୃହ ନିର୍ମାଣ, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା, ପାନୀୟ ଜଳ, ମନରେଗା ଆଦି ସମସ୍ୟା ସଂପର୍କରେ ଅଭିଯୋଗ କରିଥିଲେ ।

ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.