ଉଦଘାଟିତ ହେଲା ଲାଞ୍ଜିଗଡ଼ ଆଲୁମିନା ରିଫାଇନାରୀ ଲେବର ୟୁନିୟନର ଅଫିସ ଗୃହ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ସ୍ଥିତ ଏଲଏନଟି କଲୋନୀଠାରେ ଲାଞ୍ଜିଗଡ଼ ଆଲୁମିନା ରିଫାଇନାରୀ ଲେବର ୟୁନିୟନର ଅଫିସ ଗୃହ ବୁଧବାର ଉଦଘାଟିତ ହୋଇଯାଇଛି। ୟୁନିୟନ ସଭାପତି ସଂଜୀବ କୁମାର ପେଶନିଆଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଅଖିଳ ଭାରତୀୟ କଂଗ୍ରେସ କମିଟିର ନବନିଯୁକ୍ତ ମଣିପୁର ଓ ମିଜୋରାମ ପ୍ରଭାରୀ ଭକ୍ତ ଚରଣ ଦାସ ଯୋଗଦେଇ ଲେବର ୟୁନିୟନର ଏହି ଅଫିସ ଗୃହଟିକୁ ଉଦଘାଟନ କରିଥିଲେ।


ସଂମ୍ମାନୀତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି ସଭାପତି ବିଭୁତି ଭୂଷଣ ବେମାଳ, ଗ୍ରୀନ କଳାହାଣ୍ଡି ଅଧ୍ୟକ୍ଷ ସିଦ୍ଧାର୍ଥ ନାୟକ, ଲାଞ୍ଜିଗଡ଼ ଲେବର ୟୁନିୟନ ପୂର୍ବତନ ସଭାପତି ଚନ୍ଦ୍ରଧ୍ୱଜ ପେଶନିଆ, ଜିଲ୍ଲା ଆଦିବାସୀ ସଂଘ ସଭାପତି ପରମାନନ୍ଦ ମାଝୀ, ଲାଞ୍ଜିଗଡ଼ ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ଶ୍ରୀଧର ପେଶନିଆ, ଥୁଆମୁଲରାମପୁର ପୂର୍ବତନ ବ୍ଲକ ଅଧକ୍ଷ୍ୟା ଦ୍ରୋପତି ମାଝୀ, ଲାଞ୍ଜିଗଡ଼ ଲେବର ୟୁନିୟନ ପୂର୍ବତନ ସଭାପତି ହିମାଦ୍ରୀ ପେଶନିଆ, ୟୁନିୟନ ପୂର୍ବତନ ସାଧାରଣ ସମ୍ପାଦକ ସୁବାସ ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


ଲାଞ୍ଜିଗଡ଼ଠାରେ ୨୦୦୫ ମସିହାରେ ଅନେକ ପରିଶ୍ରମ କରି ଏହି ୟୁନିୟନ ଗଠିତ ହୋଇଥିଲା। କିନ୍ତୁ ଏହି ଲେବର ୟୁନିୟନ ଆଜିକୁ ୧୫ ବର୍ଷ ହେଲା କୌଣସି ୟୁନିୟନ ସହିତ ଏଫିଲେସନ ହୋଇନଥିଲା। ବର୍ତ୍ତମାନ ଏହି ୟୁନିୟନ ଭାରତୀୟ କଂଗ୍ରେସର ଟ୍ରେଡ୍ ୟୁନିୟନ ଇନଟେକ ସହିତ ଏଫିଲେସନ ହୋଇଥିବା ଯୋଗୁଁ କଂଗ୍ରସର ଜଣେ କର୍ମୀ ଭାବେ ୟୁନିୟନକୁ ସଂରକ୍ଷଣ ଦେବା, ସମସ୍ତ କ୍ଷେତ୍ରରେ ସହଯୋଗ କରିବା, ମାର୍ଗ ଦର୍ଶନ ଦେବା ମୋର କର୍ତ୍ତବ୍ୟ ବୋଲି ଉଦଘାଟନୀ ଉତ୍ସବରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିଥିଲେ।


ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ଆଲୁମିନା ରିଫାଇନାରୀ ଲେବର ୟୁନିୟନ ପକ୍ଷରୁ ଉପ ସଭାପତି ଲିଙ୍ଗରାଜ ମାଝୀ, ସାଧାରଣ ସମ୍ପାଦକ ଭୁପେନ୍ଦ୍ର ମହାରଥା ସମେତ ଶ୍ରମିକ ଓ ୟୁନିୟନର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।ଏହି ଅବସରରେ କରୋନା କଟକଣାକୁ ଦୃଷ୍ଟିରେ ରଖି ୫୦ ଶ୍ରମିକ ଓ କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି କ୍ଷମାନିଧି ମହାକୁଡ (ମୁନ୍ନା)ଙ୍କ ସହ ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.