ଚିକିତ୍ସା ଅବହେଳାରୁ ବାଳକର ମୃତ୍ୟୁ ଅଭିଯୋଗ: ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଶବ ରଖି ରାସ୍ତା ଅବରୋଧ କଲେ ଜନତା

କଳାହାଣ୍ଡି: ବର୍ତ୍ତମାନ ସମୟର ଏକ ବଡ ଖବର। ନର୍ଲା ଠାରେ ରାସ୍ତା ଅବରୋଧ କରିଛନ୍ତି ଜନତା। ନର୍ଲା ଜୟନ୍ତୀ ନଗର ପଡାର କୈବଲ୍ୟ ସେନାପତିଙ୍କ ୧୨ବର୍ଷ ନାବାଳକ ପୁଅ ଚିକିତ୍ସା ଅବହେଳାରୁ ମୃତ୍ୟୁ ବରଣ କରିଥିବା ଅଭିଯୋଗ ଆଣି ଏହି ରାସ୍ତାରୋକ ହୋଇଥିବା ଜଣାପଡିଛି। ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଶବ ରଖି ରାସ୍ତା ଅବରୋଧ କରିଛନ୍ତି ପରିବାର ଓ ଗାଁ ଲୋକ।

 

(କ୍ଲିକ୍ କରି ଦେଖନ୍ତୁ ଭିଡିଓ 🖕)

ମୃତକ ଜଣକ ହେଲେ ନର୍ଲା ର ମନୋଜ ସେନାପତି। ଗତ କାଲି ବିଳମ୍ବିତ ରାତିରେ ମନୋଜଙ୍କ ପେଟରେ ବ୍ୟଥା ହେବାରୁ ତାଙ୍କୁ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା। ହେଲେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ନର୍ସ ମନୋଜକୁ ଗୋଟିଏ ଇଞ୍ଜେକସନ ଦେଇ ଘରକୁ ପଠାଇ ଦେଇଥିଲେ। ଘରେ ପହଞ୍ଚିବାର କିଛି ସମୟପରେ ପୁଣି ମନୋଜ ଅସୁସ୍ଥ ଅନୁଭବ କରିବାରୁ ପୁଣି ତାଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଥିଲେ ପରିବାରବର୍ଗ। ହେଲେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ହିଁ ମନୋଜଙ୍କ ମୃତ୍ୟୁ ଘଟିଥିଲା ।

ଅନ୍ୟ ପକ୍ଷରେ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଜଣେ ମାତ୍ର ଦନ୍ତ ଚିକିତ୍ସକ ଳରେ ଚାଲିଥିବା ବେଳେ ଡ଼ାକ୍ତର ଅଭାବରୁ ଚିକିତ୍ସା ହୋଇପାରୁନଥିବାରୁ ଏଭଳି ଘଟଣା ଘଟୁଥିବା ଦେଖିବାକୁ ମିଳିଛି। ତେଣୁ କ୍ଷତିପୂରଣ ଓ ଡାକ୍ତର ନିଯୁକ୍ତି ଦାବିରେ ପରିବାର ଓ ସ୍ଥାନୀୟ ଲୋକେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ମୃତ ବାଳକଙ୍କ ଶବ ରଖି ଭବାନୀପାଟଣା – ଭୂବନେଶ୍ଵର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିଛି।

ନର୍ଲାରୁ ନିରଞ୍ଜନ ଗଉଡଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.