ଧର୍ମଗଡ ଠାରେ ୭୧ତମ ସମ୍ବିଧାନ ଦିବସ ପାଳନ

ଧର୍ମଗଡ: ଅଲ ଓଡିଶା ସିଡୁଲ କାଷ୍ଟ ଫେଡେରେସନ ଏବଂ ଏସସି ଏସଟି ଓବିସି ମିଳିତ ମଞ୍ଚ ଧର୍ମଗଡ ତରଫରୁ ୭୧ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଆଇନଜୀବି ଦିଗାମ୍ବର ଦୁରିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ଥାନା ଅଧିକାରୀ ଚନ୍ଦ୍ରଶେଖର ଶବର ଯୋଗଦେଇ ସମ୍ବିଧାନ ଦିବସର ତାତ୍ପର୍ଯ୍ୟ ଏବଂ ବାବାସାହେବଙ୍କ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ।


ସର୍ବପ୍ରଥମେ ଧର୍ମଗଡ ଚାରିଛକ ସ୍ଥିତ ଡ଼ଃ. ଆମ୍ବେଦକର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏଥିରେ ସମ୍ମାନିତ ଅତିଥି ଭାବେ ପ୍ରଭାକର ଜାଲ, ଡ଼ୁମେରଗୁଡ଼ା ସରପଞ୍ଚ ସୁରେଶ ଭଇସାଲ, ସତ୍ୟବାନ ନାଏକ, ଡ଼ାକେଶ୍ୱର ଲହଜଲ, ବଙ୍କିମ ସାଗର, ତୁଷାର ମହାନନ୍ଦ ପ୍ରମୂଖ ଉପସ୍ଥିତ ରହି ବହୁଜନ ସମାଜ ତଥା ଓବିସି, ଏସଟି, ଏସସି ସମାଜ ପାଇଁ ବାବାସାହେବଙ୍କ କ’ଣ ଅବଦାନ ଥିଲା ସେ ସମନ୍ଧରେ ନିଜ ନିଜ ବକ୍ତବ୍ୟରେ ଆଲୋକପାତ କରିଥିଲେ।


ସମ୍ବିଧାନ ବିଷୟରେ ଦେଶର ସମସ୍ତ ନାଗରିକ ଜାଣିବା ନିହାତି ଜରୁରୀ ସେଥିପାଇଁ ସ୍କୁଲ, କଲେଜ ମାନଙ୍କରେ ସମ୍ବିଧାନ ପଢ଼ାଯାଉ ବୋଲି ସଭାରେ ମତ ପ୍ରକାଶ ପାଇଛି। ଏହି ସମାରୋହରେ ଢଗ ନାଏକ, ଦେବାର୍ଚ୍ଚନ ସେଠିଆ, ଉମେଶ ଦୁରିଆ, ଶ୍ୟାମସୁନ୍ଦର ମାଝୀ, ଫକୀର ନାରାୟଣ ଜାଲ, ଲବଣି ଯାଦବ, ଧର୍ମପଦ ସୁନାନୀ, ଅଙ୍କିତ ସେଠି, ରାହୁଲ ତାଣ୍ଡି, ମିଥୁନ ଦୁର୍ଗାଙ୍କ ସମେତ ଅଞ୍ଚଳର ବହୁ ଆମ୍ବେଦକରପ୍ରେମୀ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମଟିକୁ ୟୁଗେଶ ତାଣ୍ଡି ପରିଚାଳନା କରିଥିବା ବେଳେ କମଳା କାନ୍ତ ବିହାରୀ ଧନ୍ୟବାଦ ଅର୍ପଣ କରିଥିଲେ।

ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି ଲବଣି ରାଉତଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.