ଶ୍ୟାମଳ ସବୁର୍ଣ୍ଣ ତରଫରୁ ଅନଲାଇନ ପ୍ରବନ୍ଧ ପ୍ରତିଭା ଅନ୍ୱେଷଣ

ଭୁବନେଶ୍ୱର: ‘ଶ୍ୟାମଳ ସୁବର୍ଣ୍ଣ’ ଓଡ଼ିଶାର ଏକ ଅଗ୍ରଣୀ କୃଷି ଭିତ୍ତିକ ପତ୍ରିକା ଭାବରେ ବେଶ ଜଣାଶୁଣା। ବିଗତ ୨୦୧୮ ଏପ୍ରିଲରୁ କୃଷି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରକାଶିତ ଏହି ପତ୍ରିକା ନିରନ୍ତର ଭାବେ ପ୍ରକାଶ ପାଇ ଚାଷୀକୁଳ ପାଖରେ ବେଶ ସ୍ନେହ ଶ୍ରଦ୍ଧା ସାଉଁଟି ପାରିଛି। ଏଥିସହିତ କୃଷିର ବିକାଶ, କୃଷକର ଉନ୍ନତି ଉପରେ ଗୁରୁତ୍ୱ ଦିଆଯାଇଛି। ଏଯାବତ ପ୍ରାୟ ୬୫୦ରୁ ଉର୍ଦ୍ଧ୍ବ ଚାଷୀଙ୍କୁ ପାଠପଢ଼ା ସହ ପ୍ରଶିକ୍ଷଣ ବି ଦେଇଛନ୍ତି ଏହି କୃଷି ଛାତ୍ରମାନେ। ତେବେ ଆଗାମୀ ଡ଼ିସେମ୍ବର ୫ ତାରିଖ ବିଶ୍ୱ ମୃତ୍ତିକା ଦିବସ ଅବସରରେ ଶ୍ୟାମଳ ସୁବର୍ଣ୍ଣ ତରଫରୁ ପ୍ରବନ୍ଧ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ କରାଯାଉଛି। କୃଷିବିଜ୍ଞାନୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମାଟି ସହ ଜନଜୀବନର ବିଶେଷତା ଉପରେ ସଚେତନତା କରାଇବା ଲକ୍ଷ୍ୟରେ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ ବୋଲି ପତ୍ରିକାର ସମ୍ପାଦକ ଡି. ଶୁଭମ୍‌ କହିଛନ୍ତି। ଏହି ପ୍ରବନ୍ଧର ବିଷୟବସ୍ତୁ ରହିଛି ‘ମାଟି ପାଇଁ ପଦେ’ ଓ ଇଂରାଜୀ ବିଭାଗ ପାଇଁ ବିଷୟ ‘Soil – The root of our sustenance’। ଛାତ୍ରଛାତ୍ରୀମାନେ ଉଭୟ ଓଡ଼ିଆ ଓ ଇଂରାଜୀରେ ପ୍ରବନ୍ଧ ଲେଖି ୬୦୦-୭୦୦ ଶବ୍ଦ ମଧ୍ୟରେ ଡିସେମ୍ବର ୨ତାରିଖ ସୁଦ୍ଧା ପଠାଇବାକୁ ନିବେଦନ କରାଯାଇଛି । ପଠାଇବାର ଠିକଣା – ୮୦୧୮୧୦୭୮୨୫ ଓ ଇମେଲ-dshuvam97@gmail.com। ପ୍ରତିଯୋଗିତାର ଫଳାଫଳ ଆସନ୍ତା ଡିସେମ୍ବର ୫ ତାରିଖ ବିଶ୍ୱ ମୃତ୍ତିକା ଦିବସ ଅବସରରେ ଘୋଷଣା କରାଯିବା ସହ ଶ୍ରେଷ୍ଠ ତିନିଜଣଙ୍କୁ ମାନପତ୍ର ଦିଆଯିବ ବୋଲି ପତ୍ରିକା ସମ୍ପାଦନା ମଣ୍ଡଳୀ ପକ୍ଷରୁ କୁହାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.