JNV ALUMINA ର ବାର୍ଷିକ ବୈଠକ

କଳାହାଣ୍ଡି: ଜବାହର ନବୋଦୟ ବିଦ୍ୟାଳୟ ନର୍ଲା ଠାରେ ପୁରାତନ ଛାତ୍ର ସଂଗଠନ JNV ALUMINA ର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଜିତ କୁମାର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଜବାହର ନବୋଦୟ ବିଦ୍ୟାଳୟ ନର୍ଲାର ପୂର୍ବତନ ବିଜ୍ଞାନ ଶିକ୍ଷକ ତଥା କଳାହାଣ୍ଡି ଏଡିଏମ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ମାନବ ସମ୍ବଳ ବିକାଶ ପରିଷଦର ସଦସ୍ୟ ସଂଜିତ କୁମାର ବେହେରା, ନର୍ଲା ନବୋଦୟର ପ୍ରିନସିପାଲ ମିନା କୁମାରୀ ଯୋଗ ଦେଇଥିଲେ। ବୈଠକରେ ବିଦ୍ୟାଳୟର ପ୍ରଥମ ବ୍ୟାଚର ପୁରାତନ ଛାତ୍ରଙ୍କ ମଧ୍ୟରୁ ଶିବ ରଞ୍ଜନ ଶତପଥି, ପ୍ରଣବ କୁମାର ପଧାନ, ବିଭୁତି ଭୂଷଣ ହରିଜନ, ଟଙ୍କଧର ମାଝୀ, ବସନ୍ତ ନାଏକ, ଲବ ଦୁର୍ଗା, ଉପସ୍ଥିତ ଥିବା ବେଳେ ଅନ୍ୟ ବ୍ୟାଚର ମହେନ୍ଦ୍ର ନାଥ ସିଂ, କେଦାର ନାଥ ଖମାରି,ହେମନ୍ତ ମାଝୀ, ସମରେନ୍ଦ୍ର, ଗୋଲକ ଭୋଇ ଇତ୍ୟାଦି ପ୍ରତିଷ୍ଠିତ ପୁରାତନ ଛାତ୍ର ଓ ଜବାହର ନବୋଦୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବୈଠକଟିକୁ ବିଦ୍ୟାଳୟର ପାଠାଗାର ଶିକ୍ଷକ ପରିଚାଳନା କରଥିବା ବେଳେ ପୁରାତନ ଛାତ୍ର ଶିବରଞ୍ଜନ ଶତପଥି ଓ ଶିକ୍ଷକ ଶ୍ରୀଯୁକ୍ତ ପଟ୍ଟନାୟକ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏଥିରେ ପୁରାତନ ଛାତ୍ର ମାନେ ନିଜର ବ୍ୟକ୍ତିଗତ ଓ ବୃତ୍ତିଗତ ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ସାଂସଦ ଶ୍ରୀଯୁକ୍ତ ସୁଜିତ କୁମାର ବିଦ୍ୟାଳୟ ର କିଛି ଅସୁବିଧା ଥିଲେ ତାଙ୍କୁ ଅବଗତ କରେଇଲେ ତାହା ସମାଧାନ କରେଇବାର ପ୍ରିନସିପାଲ ଙ୍କୁ ପ୍ରତିଶୃତି ଦେଇଥିଲେ। ସମ୍ମାନିତ ଅତିଥି କଳାହାଣ୍ଡି ଏଡିଏମ ଜବାହର ନବୋଦୟ ବିଦ୍ୟାଳୟ କେବଳ ଗୋଟିଏ ବିଦ୍ୟାଳୟ ନୁହଁ ବରଂ ଗୋଟିଏ ପରିବାରର ଆଖ୍ୟା ଦେଇଥିଲେ। ଛାତ୍ରମାନେ ଅଧ୍ୟୟନ ପରେ ନିଜ ଘରକୁ ଗଲାପରେ ମଧ୍ୟ ନିଜ ନିଜ ମଧ୍ୟରେ ଭାଇଚାରାର ଦୃଢ଼ ବନ୍ଧନ କୁ ମଜବୁତ କରି ରଖିଛନ୍ତି ତାହା ପ୍ରଶଂସନୀୟ ବୋଲି ପ୍ରକାଶ କରିଥିଲେ। ପୁରାତନ ଛାତ୍ର କେଦାର ନାଥ ଖମାରି ପିରାତନ ଛାତ୍ର ସଂଗଠନର ଉଦେଶ୍ୟ ଓ ଉପଲବ୍ଧି ଉପରେ ଆଲୋକପାତ କରିଥିଲେ। ଶେଷରେ ସମସ୍ତଙ୍କୁ ଶିକ୍ଷକ ଶ୍ରୀଯୁକ୍ତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରି ବୈଠକ ସାଙ୍ଗ କରିଥିଲେ।

Udyog Nursery
Udyogi Nursery

କଳାହାଣ୍ଡିରୁ ନିରଞ୍ଜନ ଗଉଡଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.