ଏସବିଆଇସେଟି ଓ ଆରଆଇସି ମିଳିତରେ ଉଦ୍ୟୋଗି ବିକାଶ ତାଲିମ ଶିବିର ଉଦଘାଟିତ

ରାୟଗଡ(ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳା ସଦର ମହୁକମାସ୍ଥିତ ରିଙ୍ଗରୋଡ ସ୍ଥିତ ଆଂଚଳିକ ଶିଳ୍ପ କେନ୍ଦ୍ର (ଆରଆଇସି)ରେ ଏସବିଆଇସେଟି ଓ ଆଂଚଳିକ ଶିଳ୍ପ କେନ୍ଦ୍ର ମିଳିତ ସହଯୋଗରେ ଉଦ୍ୟୋଗି ବିକାଶ ତାଲିମ ଶିବିର ଉଦଘାଟିତ ହୋଇଯାଇଛି । ଆଜି ଠାରୁ ଆସନ୍ତା ଦଶ ଦିନ ଧରି ଏହି ଶିବିରରେ ତାଲିମ ପ୍ରଦାନ କରାଯିବ । ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ (ଏସବିଆଇସେଟି) ପକ୍ଷରୁ ଆୟୋଜିତ ଏହି ତାଲିମ କାର୍ଯ୍ୟକ୍ରମରେ ଆଂଚଳିକ ଶିଳ୍ପ କେନ୍ଦ୍ରର ମୁଖ୍ୟ ପରିଚାଳକ ବିକାଶ ବେନ୍ ଓ ସହାୟକ ପରିଚାଳକ ପ୍ରଦ୍ୟୁମ୍ନ ପରିଡା ଓ ଆଇପିଓ ସବ୍ୟସାଚୀ ସାହୁ,ମାନସ ପଟେଲ ଏବଂ ଏସବିଆଇସେଟି ନିର୍ଦ୍ଦେଶକ ପରମାନନ୍ଦ ମଣ୍ଡଳ,ଅନୁଷ୍ଠାନର ପ୍ରଶିକ୍ଷକ ଏମ.ମାଧୁରୀ ଦେବୀ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ତାଲିମ ୩୨ଜଣ ଉଦ୍ୟୋଗିକୁ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି । ଆସନ୍ତା ୨୦୨୧ ଜାନୁୟାରୀ ୨ତାରିଖରେ ଏହି ତାଲିମ ଶିବିର ଉଦଯାପିତ ହେବ ବୋଲି ପ୍ରଶିକ୍ଷିକା ଏମ.ମାଧୁରୀ ପ୍ରକାଶ କରିଥିବା ବେଳେ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ ଶେଷ କରାଗଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.