ଟିଟିଲାଗଡ଼ ବ୍ଲକ ଯୁବ ଯାଦବ ମହାସଭାର ସାଙ୍ଗଠନିକ ବୈଠକ

ମାର୍ଲାଡ ଓ ସେଲୁଆ ଗ୍ରାମପଞ୍ଚାୟତ ସ୍ତରୀୟ ଯୁବ ଯାଦବ କମିଟି ଗଠନ

ଟିଟିଲାଗଡ: ସେଳୁଆ ଗାଁ ବଜାର ପଡିଆ ଠାରେ ଟିଟିଲାଗଡ଼ ବ୍ଲକ ଯୁବ ଯାଦବ ମହାସଭାର ଏକ ସାଙ୍ଗଠନିକ ବୈଠକ ହରେଶ ବଗର୍ତ୍ତୀ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ପ୍ରଭୁ ଶ୍ରୀକୃଷ୍ଣ ଓ ଇଷ୍ଟଦେବୀ ଚଣ୍ଡୀ ସମଲେଇଙ୍କ ପୂଜାଚର୍ନା ହୋଇଥିଲା ପରେ ମାର୍ଲାଡ ଓ ସେଲୁଆ ଗ୍ରାମପଞ୍ଚାୟତ ସ୍ତରୀୟ ଯୁବ ଯାଦବ କମିଟି ଗଠନ କରା ଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ସଭାରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ବାଳକୃଷ୍ଣ ଷଣ୍ଢ ପୂର୍ବତନ ସମ୍ପାଦକ ଉତ୍କଳ ଯାଦବ ମହାସଭା, ସମ୍ମାନିତ ଅତିଥି ମନୋଜ କୁମାର ହାତୀ ଜିଲ୍ଲା ସଂଯୋଜକ ଜିଲ୍ଲା ଯାଦବ ମହାସଭା ବଲାଙ୍ଗୀର, ଦିନେଶ ନାଗ ସାଧାରଣ ସମ୍ପାଦକ ଉତ୍କଳ ଯାଦବ ମହାସଭା ଛାତ୍ର ଶାଖା, ଧନେଶ୍ଵର ଛତର ଉପଦେଷ୍ଟା ଯାଦବ ମହାସଭା, କୁନା ଭାଟି ପର୍ଯ୍ୟବେକ୍ଷକ ତଥା ଟିଟିଲାଗଡ ନଗର ସଭାପତି ଯାଦବ ମହାସଭା, ବୀରବର ପୋଢ଼ ସମିତି ସଭ୍ୟ ମାରଲାଡ ଗ୍ରାପ, କୃଷ୍ଣ ଚନ୍ଦ୍ର ହାତୀ, ହରିହର କଟା, କଟକିଆ କଟା, ପିତାମ୍ବର ବଗର୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Udyog Nursery
Udyogi Nursery


ଶ୍ରୀ ଷଣ୍ଢ ଯାଦବ ମାନଙ୍କ ଶିକ୍ଷା ଅଗ୍ରଗତି ହେବା ନିହାତି ହେବା ଦରକାର ବୋଲି ବକ୍ତବ୍ୟ ରେ କହିଥିଲେ । ମରଲାଡ ଗ୍ରାମପଞ୍ଚାୟତ ରୁ ସଭାପତି ରୂପେ କ୍ଷମସାଗର୍ ହାତୀ ଉପସଭାତି ବସୁ ହାତୀ, ସାଧାରଣ ସମ୍ପାଦକ ବାବୁଲାଲ ବାଗ,ସମ୍ପାଦକ କ୍ଷିରସିନ୍ଧୁ ପୋଡ଼, କୋଷାଧ୍ୟକ୍ଷ ଲୋଚନ ବଗର୍ତ୍ତୀ, ସେଲୁଆ ଗ୍ରାମପଞ୍ଚାୟତରୁ ତଥାଗତ କଟା ସଭାପତି, ଉପସଭାପତି ନବୀନ ବଗର୍ତ୍ତୀ ସାଧାରଣ ସମ୍ପାଦକ ମିସ୍ତ୍ରୀ ବଗର୍ତ୍ତୀ, ସମ୍ପାଦକ ବନମାଳୀ ବଗର୍ତ୍ତୀ, କୋଷାଧ୍ୟକ୍ଷ ସିମାଞ୍ଚଲ ହାତୀଙ୍କୁ ମନୋନୀତ କରାଯାଇଥିଲା।

ଟିଟିଲାଗଡ଼ ପ୍ରତିନିଧି ହେମସାଗର ମହାନନ୍ଦଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.