ପ୍ରକାଶ ପାଇଲା ସାହିତ୍ୟ ଜୀବନ ଇ-ପତ୍ରିକାର ଡିସେମ୍ବର ସଂସ୍କରଣ

ସମ୍ବଲପୁର: ସାହିତ୍ୟ ଜୀବନ ଡିସେମ୍ବର ଇ-ପତ୍ରିକାର ଡିସେମ୍ବର ସଂସ୍କରଣ ପ୍ରକାଶ ପାଇଛି। ସମ୍ବଲପୁରରୁ ପ୍ରକାଶ ପାଉଥିବା ଏହି ଇ-ପତ୍ରିକାର ଡିସେମ୍ବର ସଂସ୍କରଣ ଗଗୁଲ୍ ମିଟ୍ ମାଧ୍ୟମରେ ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ସାହିତ୍ୟ ଜୀବନର ପ୍ରତିଷ୍ଠାତା ପବିତ୍ର ବେହେରା ଏବଂ ସମ୍ପାଦକ ଯୋଗେଶ୍ୱର ଲୁହାଙ୍କ ସମେତ ଅନ୍ୟ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି ଇ-ପତ୍ରିକାର ଉନ୍ମୋଚନ କରିଥିଲେ।


ସମ୍ପାଦକ ଯୋଗେଶ୍ୱର ଲୁହା ଏବଂ ପରିଚାଳନା ସମ୍ପାଦିକା ଶ୍ରୀମତୀ ରୀତା ଅପରାଜିତା ମହାନ୍ତି , ସଭାପତି ଶ୍ରୀଯୁକ୍ତ ନବୀନ ପଧାନ, ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ନରୋତ୍ତମ ପାତ୍ର, ଉପଦେଷ୍ଟା ଶ୍ରୀଯୁକ୍ତ ଡମ୍ବରୁଧର ବେହେରା, ଶ୍ରୀଯୁକ୍ତ ଶିବ ଶଙ୍କର ସାହୁ ଏବଂ ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ସାହୁ ସହ ସମ୍ପାଦନା ମଣ୍ଡଳୀର ଆଶିଷ କୁମାର ବାରିକ, କାହ୍ନୁଚରଣ ସାହୁ, ଜୟନ୍ତ କୁମାର ବେହେରା ଏବଂ ଶିବାତ୍ମକ ପଣ୍ଡା ସହ ଅନ୍ୟ ସଦସ୍ୟ ସଦସ୍ୟାଙ୍କ ସହଯୋଗ କ୍ରମେ ସାହିତ୍ୟ ଜୀବନ ଡିସେମ୍ବର ସଂସ୍କରଣ ଇ-ପତ୍ରିକା ପ୍ରକାଶିତ ହୋଇଥିଲା। ଇ-ପତ୍ରିକାରେ ଡିସେମ୍ବର ସଂସ୍କରଣର ଅତିଥି ଭାବେ ରାଉରକେଲାର କବୟିତ୍ରୀ ତଥା ସମାଜସେବୀ ଶୈଳବାଳା ଷଡ଼ଙ୍ଗୀଙ୍କ ଜୀବନର କିଛି କଥା ପ୍ରକାଶ ପାଇଛି। ଏହି ଇ-ପତ୍ରିକାରେ ୭୧ ଟି କବିତା, ୧୧ ଟି ଗଳ୍ପ, ଦୁଇଟି ପ୍ରବନ୍ଧ ଏବଂ ଗୋଟିଏ ଅନୁଚିନ୍ତା ସ୍ଥାନ ପାଇବା ସଙ୍ଗେ ପିଲାଙ୍କ ତୂଳୀରୁ ତିନୋଟି ଚିତ୍ରାଙ୍କନ ପ୍ରକାଶିତ ହୋଇଛି। କିଛି ସାହିତ୍ୟ ପାଠକଙ୍କ ପାଠକୀୟ ମନ୍ତବ୍ୟ ମଧ୍ୟ ଏହି ସଂଖ୍ୟାରେ ସ୍ଥାନ ପାଇଛି। ସାହିତ୍ୟ ଜୀବନ ୱେବସାଇଟରେ ଶ୍ରୀଯୁକ୍ତ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଇ-ପତ୍ରିକାଟି ପ୍ରକାଶିତ ହୋଇଛି। ସମସ୍ତ ଇ-ପତ୍ରିକା ଗୁଡିକ ସାହିତ୍ୟ ଜୀବନ ୱେବସାଇଟ https://www.sahityajibana.in ରୁ ନିଶୁଳ୍କ ରେ ସଂଗ୍ରହ କରି କରିପାରିବେ ଏବଂ ସାହିତ୍ୟ ଭିତ୍ତିକ ପ୍ରତିଯୋଗିତାରେ ମଧ୍ୟ ଭାଗ ନେଇ ପାରିବେ ବୋଲି ପ୍ରତିଷ୍ଠାତା ପବିତ୍ର ବେହେରା କହିଛନ୍ତି।‌ ସାହିତ୍ୟ ଜୀବନ ଡିସେମ୍ବର ସଂସ୍କରଣ ଏହି ଲିଙ୍କ https://bit.ly/Dec_magazine_2020 ରେ କ୍ଲିକ କରି ସଂଗ୍ରହ କରିପାରିବେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.