ନୂଆସାହିରେ ପାନୀୟ ଜଳ ଓ ଶୈାଚାଳୟ ସମସ୍ୟା ଗୁରୁତର: ଦାବିପତ୍ର ନେଇ ଜିଲ୍ଳାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ରାୟଗଡ(ଶିବ ନାରାୟଣ ଗୈାଡ): ରାୟଗଡ ପୈାର ପରିଷଦର ୱାର୍ଡ ନମ୍ବର ୨୩ର ନୂଆସାହିରେ ଦେଖା ଦେଇଛି ଗୁରୁତର ପାନୀୟ ଜଳର ସଙ୍କଟ ଓ ଶୈାଚାଳୟର ସମସ୍ୟା । ଯାହାକୁ ନେଇ ସାହିବାସିନ୍ଦାମାନେ ରାୟଗଡ ଜିଲ୍ଳାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଏବଂ ଏକ ୨ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି । ନୂଆସାହି ଅଂଚଳରେ ୪୦୦ପରିବାର ଦୀର୍ଘ ୩୦ବର୍ଷ ଧରି ରହି ଆସୁଥିବା ବେଳେ ପୈାର ପରିଷଦ ତରଫରୁ କୈାଣସି ପ୍ରକାର ମୈାଳିକ ସୁବିଧା ଯୋଗାଇ ଦେବାରେ ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ଅଭିଯୋଗ ହୋଇଛି । ବିଶେଷ କରି ନୂଆସାହିର ଉଚ୍ଚସ୍ଥାନରେ ଥିବା ପରିବାରମାନେ ପିଇବା ପାଣି ପାଇବା ପାଇଁ ବହୁ ସମସ୍ୟାର ସମାଧାନ ହେଉଛନ୍ତି । ଦୀର୍ଘ ୧କିଲୋମିଟର ଦୂରକୁ ଯାଇ ପାଣି ଆଣିବାକୁ ପଡୁଥିବା ବେଳେ ଅନେକ ସମୟରେ ଉଚ୍ଚସ୍ଥାନ ହେବା ସକାଶେ ପାଣି ଧରି ଆସିବା ବେଳେ ତଳେ ପଡି ଗୁରୁତର ଆହାତ ହେଉଛନ୍ତି ବୋଲି ପ୍ରକାଶ କରିଛନ୍ତି ।

ସେହିପରି ସରକାରଙ୍କ ଘରକୁ ଘର ପାଣି ଯୋଜନା ରହିଥିଲେ ମଧ୍ୟ ନୂଆସାହି ବାସିନ୍ଦାମାନେ ଏହି ଯୋଜନାରୁ ବଂଚିତ ଥିବା ପ୍ରକାଶ କରିଛନ୍ତି । ଅନେକ ସମୟରେ ପାଣି ପାଇଁ ନିଜ ନିଜ ଭିତରେ ଗଣ୍ଡୋଗୋଳ ହୋଇ ଥାନା ପର୍ଯ୍ୟନ୍ତ ଧାଉଁଥିବା ସାହି ବାସିନ୍ଦାମାନେ ପ୍ରକାଶ କରିଛନ୍ତି । ଅପରପକ୍ଷେ ସାହିର ମହିଳା ଓ ପୁରୁଷମାନଙ୍କ କ୍ଷେତ୍ରରେ ଶୈାଚାଳୟ ବ୍ୟବସ୍ଥା ନ ଥିବାରୁ ବହୁ ସମସ୍ୟାର ସମାଧାନ ହେଉଥିବା ଅଭିଯୋଗ କରିଛନ୍ତି । ତେଣୁ ଯଥାଶୀଘ୍ର ପାନୀୟ ଜଳର ସମାଧାନ ସହ ଜନସାଧାରଣ ପାଇଁ ବ୍ୟବହୃତ ଏକ ପବ୍ଳିକ ଟଏଲଟ୍ କାର୍ଯ୍ୟକାରୀ କରିବା ପାଇଁ ଦାବିପତ୍ରରେ ଉଲ୍ଳେଖ ରହିଛି । ଦାବି ପୂରଣ ଦିଗରେ ପ୍ରଶାସନ ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ସାହିବାସିନ୍ଦା ରାଜରାସ୍ତାରେ ଆନ୍ଦୋଳନ ପନ୍ଥା ଗ୍ରହଣ କରିବେ ବୋଲି ଯୁନେଶ କୁମାର ନାୟକ, ଜୟନ୍ତୀ ସୁନା, ମାଧୁରୀ ନାଗ, ଆକେଶ ଟାକ୍ରି, କର୍ଦୁଫ ଖରା, କୈଳାସ ଖୋସଲା, ରାମଦାସ ନାୟକ ପ୍ରମୁଖ ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.