ଗୋବିନ୍ଦ ଚନ୍ଦ୍ର ଦେବ (ଜିସିଡି)ଉଚ୍ଚ ବିଦ୍ୟାଳୟରେ ନୂତନ ପ୍ରଧାନଶିକ୍ଷକଙ୍କ ଯୋଗଦାନ

ରାୟଗଡ,(ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳା ସଦର ମହକୁମା ସ୍ଥିତ ଗୋବିନ୍ଦଚନ୍ଦ୍ର ଦେବ (ଜିସିଡି)ଉଚ୍ଚ ବିଦ୍ୟାଳୟରେ ରାଜ୍ୟ ସମ୍ମାନ ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ମହାପାତ୍ର(ଓ.ଶି.ସେ-୨)ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଏହି ବିଦ୍ୟାଳୟରେ ଯୋଗ ଦେବା ପୂର୍ବରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ମାହାଙ୍ଗା,କଟକରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ ସଂପାଦନା କରୁଥିଲେ । ତେବେ ଜିସିଡି ଉଚ୍ଚ ବିଦ୍ୟାଳୟର ତତ୍କାଳୀନ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶଶୀଭୂଷଣ ପଟ୍ଟନାୟକ ଗତ ୨୦୧୯ ଜାନୁୟାରୀ ୨୮ତାରିଖରୁ ଆଜି ପର୍ଯ୍ୟନ୍ତ ସୂଚାରୁ ରୂପେ କାର୍ଯ୍ୟ ସଂପାଦନା କରି ଆସୁଥିଲେ । ମଙ୍ଗଳବାର ଦିନ ନିଜର ସମସ୍ତ ଦାୟିତ୍ୱ ନୂତନ ପ୍ରଧାନଶିକ୍ଷକ ଶ୍ରୀ ମହାପାତ୍ରଙ୍କୁ ହସ୍ତାନ୍ତର କରିଛନ୍ତି । ଏହି ଶୁଭ ଅବସରରେ ଜିସିଡି ପରିବାରର ସମସ୍ତ ସଦସ୍ୟ ନୂତନ ପ୍ରଧାନଶିକ୍ଷକ ଶ୍ରୀ ମହାପାତ୍ରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେବା ସହିତ ପରିବୟ ଆଦାୟ ପ୍ରଦାନର କିଛି ତରଙ୍ଗାୟିତ ମୁହୂର୍ତ ତଥା ଭବିଷ୍ୟତ କାର୍ଯ୍ୟପନ୍ଥା ଓ ସଂକଳ୍ପ ବିଷୟରେ ଆଲୋକପାତ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.