ରାୟଗଡ ଜିଲ୍ଳା ସଭିଲ୍ କୋର୍ଟ କଂପ୍ଳେକ୍ସରେ ଇ-ସେବା କେନ୍ଦ୍ର ଉଦଘାଟିତ

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳା କୋର୍ଟ ପରିସରରେ ମଙ୍ଗଳବାର ଦିନ ଇ-ସେବା କେନ୍ଦ୍ରର ଉଦଘାଟିତ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ମହମ୍ମଦ ରଫିଗ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି କେନ୍ଦ୍ରକୁ ଉଦଘାଟିତ କରିଥିବା ବେଳେ ରାୟଗଡ ଜିଲ୍ଳା ଦୈାରାଜଜ୍ ଚିତରଂଜନ ଦାସ ଏହାର ଶୁଭାରମ୍ଭ କରିଥିଲେ ।

ଏହି ଇ-କେନ୍ଦ୍ରର ଶୁଭାରମ୍ଭ ଦ୍ୱାରା ଜନସାଧାରଣ ମକର୍ଦ୍ଦମାର ସ୍ଥିତି,ପରବର୍ତୀ ଶୁଣାଣୀ ତାରିଖ ଏବଂ ଅନ୍ୟ ତଥ୍ୟ ସମ୍ବନ୍ଧୀୟ ଅନୁସନ୍ଧାନ କରି ପାରିବା ସହ ସାର୍ଟିଫାଏଡ କପି ଏବଂ ଅନ୍ୟାନ୍ୟ ନଥିପତ୍ର ପାଇଁ ଅନଲାଇନ ଦରଖାସ୍ତ,ଅର୍ଜି/ଦରଖାସ୍ତଗୁଡିକର ଇ-ଫାଇଲିଂରେ ସହାୟ,ଇ-ପେମେଂଟ କରିବାରେ ସହାୟତା,ଇ-କୋର୍ଟ ମୋବାଲଲ ଆପ ଡାଉନଲୋଡ କରିବାରେ ସହାୟତା,ଜେଲରେ ବନ୍ଦୀ ଥିବା ସମ୍ପର୍କୀୟମାନଙ୍କ ସହିତ ଇ-ମୁଲାକାତ ସାକ୍ଷାତ ବ୍ୟବସ୍ଥା,ବିଚାରପତି ମାନଙ୍କର ଛୁଟି ସମ୍ବନ୍ଧୀତ ତଥ୍ୟ,ନ୍ୟାୟାଳୟର ଅବସ୍ଥିିତି,ବାଦ-ତାଲିକା ଓ ମକର୍ଦ୍ଦମା ଶୁଣାଣି ତଥ୍ୟ,ମାଗଣା ଆଇନ ସେବା ପ୍ରାପ୍ତିରେ ସହାୟତା,

ଭର୍ଚୁଆଲ କୋର୍ଟ ମାଧ୍ୟମରେ ଟ୍ରାଫିକ୍ ଚାଲାଣ ଜନୀତ ମକର୍ଦ୍ଦମାର ସମାଧାନ ସମ୍ବନ୍ଧୀୟ ସହାୟତା,ଭିଡିଓ କନଫରେନ୍ସିଂ ଜରିଆରେ ନ୍ୟାୟାଳୟରେ ଉପସ୍ଥିତ ହେବାରେ ସହାୟତା,ନ୍ୟାୟାଳୟ ରାୟ ଓ ଆଦେଶଗୁଡିକର ଇ-ମେଲ,ହ୍ୱାଟସ୍‌ଅପ୍ ଓ ଅନ୍ୟାନ୍ୟ ଡିଜିଟାଲ ମାଧ୍ୟମରେ ପ୍ରାପ୍ତ କରିବାରେ ସହାୟତା ଓ ଇ-କୋର୍ଟ ସମ୍ବନ୍ଧୀୟ ଅନ୍ୟାନ୍ୟ ସମସ୍ତ ଡିଜିଟାଲ ସେବା ପାଇବାରେ ସହାୟତା ମିଳିପାରିବ ।

ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ସମସ୍ତ ବିଚାର ବିଭାଗୀୟ ବିଚାରପତି,ଅଧିକାରୀ,ଆଇନଜୀବି ଓ କୋର୍ଟ କର୍ମଚାରୀମାନେ କୋଭିଡ-୧୯ନିୟମକୁ ପାଳନ କରି ସାମାଜିକ ଦୂରତା ବଜାୟ ରଖି ମାସ୍କ ପରିଧାନ କରି ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.