କେରଡା ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସ୍ୱଚ୍ଛଭାରତ ଅଭିଯାନ କାର୍ଯ୍ୟକ୍ରମ

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳା ଜେମାଦେଇପେଣ୍ଠ ସେକ୍ଟର ଅଧିନସ୍ଥ କେରଡା,ପ୍ରାଥମିକ ନୂତନ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଦିନ କେନ୍ଦ୍ରର ମେଡିକଲ ଅଫିସର ଡାକ୍ତର ନିକିତା ମୋହାନାଙ୍କ ତତ୍ୱାବଧାନରେ ସ୍ଥାନୀୟ ଜନ ପ୍ରତିନିଧି, ରୋଗୀ କଲ୍ୟାଣ ସମିତି ସଭ୍ୟସଭ୍ୟା ଏବଂ ଗ୍ରାମବାସୀଙ୍କ ସହଯୋଗରେ ସ୍ୱଚ୍ଛଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Omkar Vasthu
Omkar Vasthu


ଏହି କାର୍ଯ୍ୟକ୍ରମରେ ବିିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷରୋପଣ କରାଯାଇଥିବା ବେଳେ ମେଟୁ କେରଡା ଅଂଚଳରେ ସଫେଇ ଅଭିଯାନ ସହ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।

Pearl dental clinic
Near Ashish Medical Store, Bhawanipatna


ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଏପରି ସଚେତନତା କାର୍ଯ୍ୟକ୍ରମକୁ ଗ୍ରାମବାସୀମାନେ ପ୍ରଶଂସା କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଆମନ୍ତ୍ରିତ ଅତିଥି ଭାବେ କେରଡା ପଂଚାୟତ ସରପଂଚ ଗୋବର୍ଦ୍ଧନ କଣ୍ଡାଗରୀ, ପୂର୍ବତନ ସରପଂଚ ପି.ପ୍ରକାଶ ରାଓ, ଏସ.ରାମବାବୁ ନାଇଡୁ, ୱାର୍ଡ ସଭ୍ୟ ଜି.ସୋମେଶ୍ୱର ରାଓ, ଅଙ୍ଗନବାଡି କର୍ମୀ ଶ୍ରୀମତି ସୁଜାତା ପଟ୍ଟନାୟକ, ଆଶାକର୍ମୀ ଏମ.ପୁଷ୍ପା, ଏଏଚଜି ଗ୍ରୁପର ଡି.ନାଗମଣି,ବାଡୁ ନନ୍ଦିନୀଙ୍କ ସମେତ ଅନ୍ୟ ୪ଜଣ ଆଶାକର୍ମୀ ଓ ମହିଳା ଓ ପୁରୁଷ ସ୍ୱାସ୍ଥ୍ୟକର୍ମୀ ଯୋଗ ଦେଇଥିବା ବେଳେ ମେଟୁ କେରଡା ଗ୍ରାମର ଗ୍ରାମବାସୀମାନେ ଉପସ୍ଥିତ ରହିଥିଲେ ।

Udyog Nursery
Udyogi Nursery


ଏହି କାର୍ଯ୍ୟକ୍ରମରେ ୩୦ଜଣ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିବା ବେଳେ ଫର୍ମାସିଷ୍ଟ ବି.ଏସ.ଏସ.ରାଓ ଓ ଆଟାଣ୍ଡଡେଂଟ ବି.ଶ୍ରୀଦେବୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.