ବିପିୟୁଟି ଅନଲାଇନ୍ ପରୀକ୍ଷାରେ ସର୍ଭର୍ ତ୍ରୁଟି ଯୋଗୁଁ ଛାତ୍ରଛାତ୍ରୀ ପରୀକ୍ଷାରୁ ବଞ୍ଚିତ

ଭୁବନେଶ୍ୱର: ବିପିୟୁଟି ଇଲେକ୍ଟ୍ରିକାଲ୍ ବ୍ରାଞ୍ଚ ସେମିଷ୍ଟାର୍-୫ ଅନଲାଇନ୍ ପରୀକ୍ଷାରେ ସର୍ଭର୍ ତ୍ରୁଟି ଓ ଲଗଇନ୍ ଫେଲ୍ ଯୋଗୁଁ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। ସେମିଷ୍ଟାର ଆରମ୍ଭ ସମୟ ଅପରାହ୍ଣ ଦୁଇଟା ସମୟ ଦିଆଯାଇଥିଲା। ଛାତ୍ରଛାତ୍ରୀମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ଲଗଇନ୍ କରିଥିଲେ ହେଁ ବାରମ୍ବାର ଚେଷ୍ଟା ପରେ ବି ସିଷ୍ଟମ ଖୋଲି ନଥିଲା। ପରେ ବିପିୟୁଟି ହେଲ୍ପଲାଇନ ଓ ସଂପୃକ୍ତ ଅଧ୍ୟାପକଙ୍କୁ ମୋବାଇଲ ଯୋଗେ ଜଣlଇବା ପରେ ମଧ୍ୟ କିଛି ସୁଫଳ ମିଳି ନଥିବାରୁ ଛାତ୍ରଛାତ୍ରୀ ନିରାଶ ହୋଇଛନ୍ତି। ଏ ବିଷୟରେ ସ୍ଥାନୀୟ କଲେଜ କର୍ତ୍ତୃପକ୍ଷ ସମାଧାନ କରିପାରିବେନି ବୋଲି ଉତ୍ତର ମିଳିବା ପରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏହାର ତୁରନ୍ତ ସମାଧାନ ପାଇଁ ବିପିୟୁଟି କର୍ତ୍ତୃପକ୍ଷଙ୍କୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଅନୁରୋଧ କରୁଛନ୍ତି। ଛାତ୍ରଛାତ୍ରୀଙ୍କ ଉଜ୍ଜ୍ଵକ ଭବିଷ୍ୟତକୁ ଦୃଷ୍ଟିରେ ରଖି ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଅଭିଭାବକ ମହଲରେ ଦାବି ହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.