ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳା ସଦର ବ୍ଳକର ଚାନ୍ଦିଲି ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ ରାୟଗଡ ଶାଖା ତରଫରୁ ଚାନ୍ଦିଲି ପଂଚାୟତ ସରପଂଚ ଶ୍ରୀମତି ସୁଆଇ ପେଦେଂଟିଙ୍କ ସଭାପତିତ୍ୱରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।


ଏହି କାର୍ଯ୍ୟକ୍ରମରେ ପରିଷଦର ରାଜ୍ୟ ଉପସଭାନେତ୍ରୀ ଶ୍ରୀମତି ସୁଲୋଚନା ବେହେରା, ରାୟଗଡ ଶାଖାର ଏଡମିନ୍ ଶ୍ରୀମତି ଗୀତାରାଣୀ ମିଶ୍ର, ସମାଜସେବୀ ଶ୍ରୀମତି ସେନାପତି ସନ୍ତୋଷୀ ଏବଂ ପରିଷଦର ଦକ୍ଷିଣ ଓଡିଶା ସଭାପତି ତଥା ସଖୀ’ର ଆଇନ ଉପଦେଷ୍ଠା ଆଇନଜୀବି ପ୍ରଦୀପ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ ।


ଆଇନ ଓ ମହିଳାମାନଙ୍କ ଭୂମିକା ତଥା ଜାତୀୟ ଉପଭୋକ୍ତା ପକ୍ଷରେ ଆମ ମାନଙ୍କ ଭୂମିକା ସହ ଖାଉଟି କଲ୍ୟାଣ, ଖାଉଟି ସାମଗ୍ରୀ କ୍ରୟ ବିକ୍ରୟ ଇତ୍ୟାଦିରେ ହେଉଥିବା ସୁବିଧା ଅସୁବିଧା ସଂପର୍କରେ କାର୍ଯ୍ୟକ୍ରମରେ ଆଲୋକପାତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଗ୍ରାମରୁ ଆସଥିବା ପ୍ରତିନିଧିମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.