ଜେକେପୁରରେ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳା ଚାନ୍ଦିଲି ଥାନା ଅନ୍ତର୍ଗତ ଭାଟିପଡା ସାହି ନିକଟ ରାସ୍ତା କଡରେ ଜଣେ ଅଜଣା ବ୍ୟକ୍ତିଙ୍କ ଶବକୁ ଉଦ୍ଧାର କରିଛି ଚାନ୍ଦିଲି ଥାନା ପୋଲିସ । ତେବେ ଅଜଣା ବ୍ୟକ୍ତିଙ୍କର ପରିଚୟ ମିଳି ନ ଥିବା ବେଳେ ଝାରଖଣ୍ଡ ଅଂଚଳର ବ୍ୟକ୍ତି ହୋଇପାରିନ୍ତି ବୋଲି ଜାଣିବାକୁ ପାଇଛି । ଏ ନେଇ ମିଳିଥିବା ସୂଚନା ପ୍ରକାରେ ମଙ୍ଗଳବାର ସକାଳେ ଭାଟିପଡା ରାସ୍ତା ଦେଇ ଲୋକେ ଯାତାୟାତ କରୁଥିବା ବେଳେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ ।

ପରେ ଖବର ପାଇ ସ୍ଥାନୀୟ ସରପଂଚ ଏ ନେଇ ଚାନ୍ଦିଲି ଥାନାରେ ତଦନ୍ତ କରିବା ପାଇଁ ଏକ ଲିଖିତ ପତ୍ର ପ୍ରଦାନ ପରେ ଘଟଣାସ୍ଥଳରେ ଚାନ୍ଦିଲି ଥାନା ପୋଲିସ ପଂହଚି ତଦନ୍ତ ଆରମ୍ଭ କରିଥିଲେ । ତେବେ ମୃତ ବ୍ୟକ୍ତିଙ୍କ ନାକରୁ ରକ୍ତସ୍ରାବ ସହ ପେଟ ଫୁଲି ଯାଇଥିବାରୁ ରକ୍ତଚାପ କିମ୍ବା ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଅନୁମାନ କରୁଥିବା ଜଣାପଡିଛି । ତେବେ ଶବ ବ୍ୟବଚ୍ଛେଦ ପାଇଁ ଶବକୁ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଚାନ୍ଦିଲି ଥାନା ଅଧିକାରୀ ରଶ୍ମିରଂଜନ ପ୍ରଧାନଙ୍କ ଠାରୁ ସୂଚନା ମିଳିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.