କବିତା : ନୂଆବର୍ଷ

ଅର୍ଜୁନ କହିଲେ
ନୂଆବର୍ଷ ଆସିଚି
ଚାଲ କବିତା ଲେଖିବା।

ହେ ଅର୍ଜୁନ!
କିଛି ତ ବଦଳିନାହିଁ
କାନ୍ଥେ ଟଙ୍ଗା କ୍ୟାଲେଣ୍ଡର୍ ଛଡ଼ା
ସେମିତି ଲାଗୁଚି ଶୀତ
ବି ପଡ଼ୁଚି ଝର୍କାବାଟେ ଖରା
କମିନି ପ୍ରିୟାର ଅଭିମାନ
ମୋ’ ହୃଦର ପ୍ରେମ
କୁଲି-ରେଜା ଯାଉଚନ୍ତି
ଆଗଭଳି କରିବାକୁ କାମ।


କ’ଣ ବା ହୁଏ
ନୂଆବର୍ଷ
ଆସିଲେ କି ନଆସିଲେ
ମୋ’ କବିତା
କେହି ପଢ଼ିଲେ କି ନପଢ଼ିଲେ
ତଥାପି ନୂଆବର୍ଷ ଆସେ
ପୁରୁଣା ହୋଇ ସରିଯାଏ
ମୋର ଢେର ସାରା ଅକବିତା
ଚିରାହୋଇ ପଡ଼ୁଥାଏ ଅଳିଆଗଦାରେ।


ନିଶାରେ ଝୁମି
କେତେକ କହନ୍ତି
ଦେଖଦେଖ ନୂଆବର୍ଷ ଆସିଚି
ବୁଝିଲେ କି ନବୁଝିଲେ
କହୁଥାନ୍ତି କିଛିଲୋକ
ବାଃ କି କବିତା ଲେଖିଚି!

✒️ସୁଧୀର କୁମାର ଧଙ୍ଗଡ଼ାମାଝୀ
writersudhir@gmail.com
ମୋ: 9777949800

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.