କବିତା : କେଲେଣ୍ଡର୍

 

ଶେଷ ହେଲା
କେଲେଣ୍ଡର୍ ଶେଷ ପୃଷ୍ଠା
ଆନନ୍ଦ, ବିଷାଦ ଯଶ , ଅପଯଶ
କିର୍ତ୍ତି ଅପକିର୍ତି ସହ ସରିଗଲା
ଆଉ ଏକବର୍ଷ।


ଅବଶେଷ ଘଟିଲା ପୁଣି ଗୋଟେ
କେଲେଣ୍ଡର୍ ର
ତଥାପି ମାନିଳା ନି ପରାଜ ଆଉ ଥରେ ଆଗମନ କଳା ଜାନୁଆରୀ
ଭିନ୍ନ ଅଙ୍କ ଭିନ୍ନ ପ୍ରସ୍ତୁତି ରେ ।


ଠିକ୍ ଗୋଟେ ଆମ୍ବ ଗଛପରି
ହାରେନାହି ଯେତେ କଲେ
ପତ୍ରଶୂନ୍ଯ
ବଞ୍ଚି ଥିବା ଯାଏ ।
ପତ୍ର ପୁଷ୍ପ ସାଥେ
ପୁଣି ଆସେ ନୁଆ ରୁପ ଧରି।


କେଲେଣ୍ଡର୍ ହାରି ନାହି କେବେ
ଚିରି ଗଲେ ପୃଷ୍ଠା ପରେ ପୃଷ୍ଠା
ଲାଗୁ ଯେତେ କାଳି ଦାଗ
ଅଙ୍ଗ ପ୍ରତ୍ୟଙ୍ଗ ରେ ନୂଆ ତିଥି ବାର ଓ ତାରିଖ ସହ
ପୁଣି ଫେରେ ସଜ ହୋଇ
ନୁଆ ବରଷ ରେ ।


ଶୁଭ ଲାଭ ର ରାଶିଫଳ ଭିତରେ
ଖୋଜା ଚାଲେ
ଉଜୁଡ଼ା ଭାଗ୍ଯ କୁ ସଜାଡ଼ିବା ସପ୍ନ
ଜନ୍ମ ନିଏ ଆଗକୁ ବଢିବା ର ନିଶା
ଦୁଃଖ ଭୁଲି ସୁଖ ପାଇବା ର ଆଶା ।


ସେ ହିଁ ତ ସିଖେଇଛି
ନ ହାରିବାକୁ ଜୀବନ ଯୁଦ୍ଧରେ।

ଲାଗୁ ଦାଗ ମନ କାଗଜରେ
ଆସୁ ଯେତେ ଘାତ ପ୍ରତିଘାତ
ନଇ ଯିବା ପଛେ ଭାଙ୍ଗି ଯିବା ନାହିଁ
ପୁଣି ଥରେ ଝାଡିଝୁଡି ହୋଇ
ଛିଡ଼ା ହେବା ଦୁନିଆ ଦାଣ୍ଡ ରେ।


ଓହଳିବା
ପ୍ରତି ଘରେ ଅଫିସ କାନ୍ଥ ରେ
ପ୍ରତି ମୋବାଇଲ ପରଦା ରେ
ଆଉ କଛି ନିଆରା ରୁପରେ
ଆଉ କିଛି ନିଆରା ଢଙ୍ଗରେ।

✒️ହିମାଞ୍ଚଳ ରାଉତ
ସହକାରି ଶିକ୍ଷକ ଉଚ୍ଚ ବିଦ୍ୟାଳୟ କୁମଯୋର
ଗ୍ରାମ-ଘଣ୍ଟିଗୁଡ଼ା, ଜୟପାଟଣା
କଳାହାଣ୍ଡି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.