✒️ଅଧ୍ୟାପକ ସମର ବଲ୍ଲଭ ଭୋଇ
କେମିତି କହିବି ତୁମକୁ ମୁଁ
ତୁମେ ମୋର ପ୍ରିୟତମା ସତେକି
ସନ୍ଧ୍ୟାର ପରିବ୍ୟାପ୍ତ ଆକାଶ
ଯେମିତି ବିନ୍ଦିମଖା
ତୁମ ହାତ ର ପାପୁଲି
ସୂର୍ଯ୍ୟ ଏବେ ଶୋଇପଡେ
ପାହାଡ଼ ସେ କଡେ
ଯେମିତି ତୁମ ମଥାର ଟିକିଲି।।
ମୋ ପାଇଁ ନାହିଁ ଏଠି ସ୍ବପ୍ନ କିଛି
ନାହିଁ ଆବିଳତା, ନାହିଁ କିଛି ଭାବନା,
ନାହିଁ ରାତି, ନାହିଁ ଦିନ, ନାହିଁ ଆଲୋଡନ,
ନାହିଁ କିଛି ପ୍ରଶ୍ନ, ନାହିଁ ଉତ୍ତେଜନା
ପ୍ରିୟତମା, ତୁମେ ସବୁ ତ ନେଇଛ ଛଡେଇ
ମୋ ପାଖେ ଆଉ କିଛି ଅଛି ବୋଲି
ମୁଁ ଭାବି ପାରୁ ନାହିଁ
ମୁଁ ଖାଲି ତୁମ ପାଶେ
ସଫା କାଚର ଖେଳନା।।
ଝରାଇଛ ଯାହା ଦେହୁ ରକ୍ତ
ଯାହାକୁ ଭାଙ୍ଗିଛ ଦିନେ ନିଜ ହାତେ
ଯାହାକୁ ଖୋଜି ପାଇଥିଲ ନିଜ ସାଥେ
ଯାହାକୁ ଦେଇଥିଲ ଭରସା ବିଶ୍ୱାସେ
ସେ ରକ୍ତକୁ ପାରିବ ତ ପ୍ରିୟତମା
ମାଖି ଦେବ ସିନ୍ଦୂର କରି ମାଥେ।।