ଉଦଘାଟିତ ହେଲା ୩୧ତମ ଚନ୍ଦ୍ରଭାଗୋତ୍ସବ : ଆୟୋଜିତ ହେବ ଅପାରମ୍ପରିକ ଅଭିଷେକର ସାହିତ୍ୟନାମା

ବାଲେଶ୍ଵର,(କୃଷ୍ଣ କୁମାର ମହାନ୍ତି): ୩୧ ବର୍ଷରେ ପଦାର୍ପଣ କଲା ବାଲେଶ୍ଵରର ସାହିତ୍ୟସଂସ୍କୃତି ସଂଗଠନ ‘ଚନ୍ଦ୍ରଭାଗା’। ବାଲେଶ୍ଵରର ସାହିତ୍ୟ କୁମ୍ଭମେଳା ଭାବେ ପରିଚିତ ଏହି ସପ୍ତାହ ବ୍ୟାପୀ ଉତ୍ସବଟି ଏକ ପରମ୍ପରା ହୋଇସାରିଛି ଲେଖକମାନଙ୍କ ପାଇଁ। ବର୍ଷ ଶେଷ ଓ ବର୍ଷ ଆରମ୍ଭକୁ ନେଇ ସାହିତ୍ୟ, ନାଟକ, ଚିତ୍ରକଳା, ବହିମେଳା ସମେତ ପୁରସ୍କାର ଓ ସମ୍ବର୍ଦ୍ଧନା ପର୍ବର ଏ ମହୋତ୍ସବ ଏଥର କରୋନା କଟକଣା ପାଇଁ ହୋଇଛି ନିରାଡମ୍ବର। ପ୍ରତୀକାତ୍ମକ ଭାବରେ ଗତକାଲି ଏହି ଚନ୍ଦ୍ରଭାଗୋତ୍ସବ ଉଦଘାଟିତ ହୋଇଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

୩୧ ବର୍ଷର ଚନ୍ଦ୍ରଭାଗା ଉତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମ ୩୧ ଡିସେମ୍ବର ପୂର୍ବାହ୍ନ ରେ ସ୍ଥାନୀୟ ଗାନ୍ଧିସ୍ମୃତି ଭବନ ଠାରେ ଅନସୂୟା ନାୟକଙ୍କ ଦ୍ଵାରା ଉଦଘାଟିତ ହୋଇଥିଲା। କାର୍ଯ୍ୟକ୍ରମରେ ଅତିଥି ଭାବେ ବରିଷ୍ଠ ନେତ୍ରୀ ତଥା ସମାଜସେବୀ ସୁବାସିନୀ ଜେନା ଯୋଗ ଦେଇ ଚନ୍ଦ୍ରଭାଗା ବାଲେଶ୍ଵରର ସାହିତ୍ୟ ସଂସ୍କୃତି ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରୁଥିବା କଥା କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ କବି ଅଞ୍ଜଳି ପଣ୍ଡା, ସମ୍ପାଦିକା ମମତା ମହାପାତ୍ର, ସମ୍ପାଦିକା ଅରୁଣା ରାୟ, ବାସନ୍ତୀ ପାଣି, ବିପାଶା ବର୍ଦ୍ଧନ ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ମଞ୍ଚାସୀନ ଥିଲେ। ପ୍ରାରମ୍ଭରେ ଅରୁଣାଂଶୁ ପାଣିଗ୍ରାହୀ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ।

Udyog Nursery
Udyogi Nursery

ଏହି ଅବସରରେ ବାଲେଶ୍ଵରର ‘ନାଚ୍’ ଅନୁଷ୍ଠାନ ପକ୍ଷରୁ ସ୍କୁଲ ପିଲାମାନଙ୍କ ମଧ୍ୟରେ ସଂଗୀତ ଓ କୌତୁକ ପୋଷାକ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପ୍ରତିଯୋଗିତାରେ ଶରତ ଚନ୍ଦ୍ର ଦାସ ଓ ପ୍ରଦୀପ୍ତ ଦାସ ବିଚାରକ ଭାବେ ଯୋଗ ଦେଇଥିଲେ। ‘ଚନ୍ଦ୍ରଭାଗା’ର ମୁଖ୍ୟ କବି ଶ୍ରୀଦେବ ସ୍ବାଗତ ଭାଷଣ ରଖିଥିବା ବେଳେ ‘ନାଚ୍’ ଅନୁଷ୍ଠାନର ନିର୍ଦ୍ଦେଶିକା ରୋନାଲିସା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏସ୍.କେ. ରାଜା, ସତ୍ୟ ସାହୁ, ଜ୍ୟୋର୍ତିମୟୀ ଶତପଥୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଚନ୍ଦ୍ରଭାଗୋତ୍ସବ ଜାନୁଆରୀ ୩ ତାରିଖ ଦିନ ଉଦଯାପିତ ହେବ ବୋଲି ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.