କୋଶମ୍ବ ନଗରରେ ଆୟୋଜିତ ହେଲା ସୋର ‘କଳାଘର’ର ରାଜ୍ୟସ୍ତରୀୟ ଜଳରଙ୍ଗ କର୍ମଶାଳା

● କର୍ମଶାଳାରେ ହେଲା କବିତା ଆସର, ଜଉକଣ୍ଢେଇ ପ୍ରଦର୍ଶନ, ବାଲୁକା କଳା ଓ ଟେରାକୋଟାର ସମାଗମ

● ଉଦଘାଟନ କଲେ ବିଏଚୟୁର ପୂର୍ବତନ ଡିନ୍ ପ୍ରଫେସର୍ ଦୀପ୍ତିପ୍ରକାଶ ମହାନ୍ତି ଓ ସନ୍ଧ୍ୟା ମହାନ୍ତି

ବାଲେଶ୍ଵର,(କୃଷ୍ଣ କୁମାର ମହାନ୍ତି): ସୋରର ଅଗ୍ରଣୀ କଳା ଅନୁଷ୍ଠାନ ‘କଳାଘର’ ଆନୁକୂଲ୍ୟରେ ଓ ଭଦ୍ରକର ସେକେଣ୍ତ ଓ୍ଵାର୍ଲଡ୍ ସହଯୋଗରେ ଗତ ୩୦ ତାରିଖ ପୂର୍ବାହ୍ଣରେ ରେମୁଣା ଗୋଲେଇ ନିକଟସ୍ଥ କୋଶମ୍ବ ନଗର ଦୁବଲାଗଡ ପରିସରରେ ଏକ ରାଜ୍ୟ ସ୍ତରୀୟ ଜଳରଂଗ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

Omkar Vasthu
Omkar Vasthu

ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟର କଳା ବିଭାଗ ପୂର୍ବତନ ଡିନ୍ ପ୍ରଫେସର୍ ଦୀପ୍ତି ପ୍ରକାଶ ମହାନ୍ତି ଓ ତାଙ୍କ ସହଧର୍ମିଣୀ ସନ୍ଧ୍ୟା ମହାନ୍ତି ମିଳିତ ଭାବରେ ଜଳରଙ୍ଗ କର୍ମଶାଳା ସହ କବିତା ଆସର, ଜଉକଣ୍ଢେଇ, ବାଲୁକା କଳା ଓ ଟେରାକୋଟା କର୍ମଶାଳାକୁ ରେମୁଣାର ଆରାଧ୍ୟ ଦେବତା କ୍ଷୀରଚୋରା ଗୋପୀନାଥଙ୍କ ଫଟୋଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ଵଳନ କରି ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ଏହି ଅବସରରେ ସ୍ଥାନୀୟ ଗୃହିଣୀ ଚିତ୍ରଶିଳ୍ପୀ ନୀଳିମା ପ୍ରଧାନଙ୍କ ଆଦିବାସୀ ଜନଜୀବନ ଆଧାରିତ କାନଭାସରେ ୧୦ଟି ଆକ୍ରାଲିକ୍ ପେଣ୍ଟିଂ ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ଦ୍ବୟ ଉନ୍ମୋଚନ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି କର୍ମଶାଳା ଉଦଘାଟନ ଉତ୍ସବରେ ‘କଳାଘର’ର ମୁଖ୍ୟ ବିଶିଷ୍ଠ ଚିତ୍ରଶିଳ୍ପୀ ରାଜବଲ୍ଲଭ ସାହୁ ସଭାପତିତ୍ବ କରିଥିବା ବେଳେ ସେକେଣ୍ତ ଓ୍ଵାର୍ଲଡ୍ ର ମୁଖ୍ୟ ତଥା କର୍ମଶାଳାର ସଂଯୋଜକ ସୁଶାନ୍ତ ନାୟକ ପ୍ରାକ୍ ସୂଚନା ପ୍ରଦାନ କରିଥିଲେ।

ଚିତ୍ରଶିଳ୍ପୀ ବ୍ରଜ ଷଢଙ୍ଗୀ, କେଶୁ ଦାସ, ନିତ୍ୟାନନ୍ଦ ସାହୁ, ମହେନ୍ଦ୍ର ନାଥ ଦଣ୍ତପାଟ, ଧର୍ମପଦ ବିଶ୍ବାଳ, ମରୁତ ରାଉତ, ମାନସ ପତି, ଅରୁଣ ଲେଙ୍କା, ମୁକ୍ତିକାନ୍ତ ନନ୍ଦୀ, କଲ୍ୟାଣ ବାରିକ, ଅରୁଣ ବାରିକ, ଦେବାଶିଷ ପତି, ଉପେନ୍ଦ୍ର ଗିରି, ରାକେଶ ନାଥ, ଔରାଶିଷ ସାହୁ, ପୂର୍ଣ୍ଣେନ୍ଦୁ ପତି, ଆଦିତ୍ୟ ଜେନା, ରୂପକ ଦାସ, ପୂଜା ମାଇତି, ଉତ୍ତମ ମହାଲିକ, ଦୀନକୃଷ୍ଣ ଧଳ, ମ୍ରିନାଲ ମାଇତି ପ୍ରମୁଖ ଜଳରଙ୍ଗ କର୍ମଶାଳାରେ ଯୋଗ ଦେଇ ଦିନ ତମାମ ରଂଗ ତୂଳୀରେ ସୁନ୍ଦର ସୁନ୍ଦର ଚିତ୍ର ମାନ ଆଙ୍କିଥିଲେ।

ଦିନ ୨ଟାରୁ କିଶୋର ବାଲୁକା ଶିଳ୍ପୀ ଅଙ୍କିତ ଦାସ ବାଲିରେ ସୁନ୍ଦର ଜଗନ୍ନାଥ ଗଢିଥିବା ବେଳେ କଳାଘୋଡ଼ା ଦେଶର କୁମ୍ଭକାର କାର୍ତ୍ତିକ ବେହେରା କୁମ୍ଭାର ଚକରେ ଡିଆଁ ଘୋଡ଼ା ତିଆରି କରିଥିଲେ। ସେହିପରି ଜଉକଣ୍ଢେଇ କର୍ମଶାଳାରେ କନକଲତା ଦାସ, କବିତା ଦେ, ସୁକାନ୍ତି ସାହୁ, ପୁଷ୍ପିତା କରଣ, ଅନିତା ସିଂ ଓ ଜୁଲୀ ସିଂ ଯୋଗ ଦେଇ ସୁନ୍ଦର ସୁନ୍ଦର ଜଉକଣ୍ଢେଇ ମାନ ଗଢିଥିଲେ।

କର୍ମଶାଳାରେ ଅଙ୍କିତ ଜଳରଂଗ ଚିତ୍ର ସର୍ବସାଧାରଣ ପାଇଁ ପ୍ରଦର୍ଶିତ ହୋଇଥିଲା। ବିଶିଷ୍ଠ ଚିତ୍ରଶିଳ୍ପୀ ଅଶୋକ ମହାନ୍ତି ଓ ଶିରୀଷ ଚାନ୍ଦ କର୍ମଶାଳା ଆୟୋଜନକୁ ଭୂୟସୀ ପ୍ରଶଂସା କରିଥିଲେ।

ସନ୍ଧ୍ୟା ୫ଟାରେ ଶୀତ କବିତା ଆସରକୁ ଡକ୍ଟର କବିତା ବାରିକ ସଭାପତିତ୍ବ କରିଥିବା ବେଳେ କବି ଗଗନ ସେଠୀ ସଂଯୋଜନା କରିଥିଲେ। କବିତା ପାଠ ଉତ୍ସବରେ ଡକ୍ଟର ଭାଗବତ ପ୍ରସାଦ ଦାସ, କବି ପ୍ରବୀର କମିଳା, ପ୍ରଭାକର ସାହୁ, ପ୍ରଦୀପ ମିଶ୍ର, ଗଂଗାଧର ଦାସ, ସିପ୍ରା ସାଗରିକା, ନରୋତ୍ତମ ଦାସ, ଲିଙ୍ଗରାଜ ନାୟକ ପ୍ରମୁଖ କବିତା ପାଠ କରିଥିଲେ।

ରତିକାନ୍ତ ବେହେରା, ଅମୂଲ୍ୟ ସାହୁ, ବିଶ୍ବଜିତ ସାହୁ, ଚନ୍ଦ୍ରଶେଖର ପରିଡା ପ୍ରମୁଖ କର୍ମଶାଳାକୁ ସଫଳ କରିବାରେ ପ୍ରାଣମୂର୍ଚ୍ଛା ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.