କର୍ଲାମୁଣ୍ଡା, (ଆଶୁତୋଷ ଦାସ): କଳାହାଣ୍ଡିର ଅନ୍ୟତମ ପୁରାତନ ଉଚ୍ଚ ବିଦ୍ୟାଳୟ ହେଉଛି କର୍ଲାମୁଣ୍ଡା ବ୍ଳକର ପ୍ରଥମ ହାଇସ୍କୁଲ, ସରକାରୀ ବାପୁଜୀ ଉଚ୍ଚ ବିଦ୍ୟାଳୟ,ରିଷିଡା । ଷାଠିଏ ଦଶକରୁ ଅଦ୍ୟାବଧି ସ୍ୱତନ୍ତ୍ର ପରିଚୟ ବହନ କରି ଅନେକ କୃତି ଛାତ୍ର ସୃଷ୍ଟି କରିପାରିଛି । କିନ୍ତୁ ବର୍ତମାନ ଆଖପାଖରେ ହାଇସ୍କୁଲ ମାନ ଗଢି ଉଠିବା ଓ ଆଉ କେତେକ କାରଣରୁ ବିଦ୍ୟାଳୟରେ ଛାତ୍ର ସଂଖ୍ୟା କମିଆସୁଛି । ଏପରିସ୍ଥଳେ ବିଦ୍ୟାଳୟର ଦୃଢ ଗୌରବ ଫେରାଇ ଆଣିବା ପାଇଁ ପୁରାତନ ଛାତ୍ର ମାନଙ୍କର ମଧ୍ୟ ଗୁରୁଦାୟିତ୍ୱ ରହିଛି । ଏଥିରେ ସରକାର ମଧ୍ୟ ମୋ ସ୍କୁଲ ଅଭିଯାନ ଆରମ୍ଭ କରି ପୁରାତନ ଛାତ୍ର ମାନଙ୍କୁ ବିଦ୍ୟାଳୟ ସହ ଯୋଡିବାର ପ୍ରୟାସ କରୁଛନ୍ତିି । ତେବେ ଏଥରେ ଆଉ ଏକ ପାଦ ଆଗକୁ ବଢାଇଛି ଏଇ ବିଦ୍ୟାଳୟର ୧୯୮୯ ମାଟ୍ରିକ ବ୍ୟାଚ । ଏଇ ବ୍ୟାଚର ଛାତ୍ର ମାନଙ୍କୁ ନେଇ ଏକ ବୈଠକ ମନୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ସେଇ ସମୟରେ ଗାନ କରାଯାଉଥିବା ସାମୂହିକ ପ୍ରାର୍ଥନାରୁ ସଭା ଆରମ୍ଭ କରାଯାଇଥିଲା ଓ ଦିବଂଗତ ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ର ମାନଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । ବିଦ୍ୟାଳୟର ବିଭିନ୍ନ ସମସ୍ୟା ଓ ପ୍ରତିକାର ଉପରେ ଆଲୋଚନା କରାଯାଇଥିଲା । ସଭାରେ ଏଇ ବ୍ୟାଚର ଛାତ୍ର ତଥା ଦକ୍ଷିଣାଚଂଳ ଡି.ଆଇ.ଜି ସତ୍ୟବ୍ରତ ଭୋଇ କାର୍ଯ୍ୟବ୍ୟସ୍ତତା ହେତୁ ଅନୁପସ୍ଥିତ ଥିଲେ ମଧ୍ୟ ଫୋନ ଯୋଗେ ସହପାଠୀ ମାନଙ୍କ ସହ ଆଲୋଚନା କରିଥିଲେ । ଏଥରେ ନିଷ୍ପତି ନିଆଯାଇଥିଲା ଯେ ଏଣିକି ଅଷ୍ଟମ, ନବମ ଓ ଦଶମ ଶ୍ରେଣୀରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରମାନଙ୍କୁ ଏଇ ବ୍ୟାଚ ପକ୍ଷରୁ ପୁରସ୍କୃତ କରାଯିବ । ଅନ୍ୟମାନଙ୍କ ମଧ୍ୟରେ ସୁନୀଳ କେଡିଆ, ଉତମ ଜୈନ, ନରେଶ କେଡିଆ, ହରେକୃଷଓ ସାହୁ, ସତ୍ୟନାରାୟଣ କୁମାର,ଦେବୀପ୍ରସାଦ ସେଠ, ଟୁକୁମଣି ସୁନା, ଗୋପମଣି ସାହୁ, ସତ୍ୟନାରାୟଣ ପାଢୀ, ବେଦଶଙ୍କର ରଣା, ଉପେନ୍ଦ୍ର ପଧାନ, ତ୍ରିଭୁବନ ନାଗ ପ୍ରମୁଖ ଉପସ୍ଥିତ ଥିଲେ ।





