“ଭଲ ପାଠକ ହେଲେ ହିଁ ଜଣେ ସ୍ରଷ୍ଟା ସଫଳ ହୋଇ ପାରିବ”

ସାହିତ୍ୟିକ କବି ବନ୍ଧୁ ପରିବାର ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ଭର୍ଚୁଆଲ ସାନ୍ଧ୍ୟ ଆଲୋଚନା ଚକ୍ର

ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାର ଆନୁକୂଲ୍ୟରେ ନବ ବର୍ଷ ଉପଲକ୍ଷେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଆଲୋଚନାର ବିଷୟ ଥିଲା “କବିତା ଲିଖନ ଓ ପଠନର ଉଦ୍ଦେଶ୍ଯ।” ସୁବର୍ଣ୍ଣପୁର ଜିଲ୍ଲାର ସାରସ୍ଵତ ସାଧକ ତଥା ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ନାଏକଙ୍କର ପ୍ରାରମ୍ଭିକ ଅଭିଭାଷଣ ପରେ, ଉପଦେଷ୍ଟା ଶ୍ରୀମତି ସ୍ନିଗ୍ଧା ସାମନ୍ତରାୟ ପ୍ରାରମ୍ଭିକ ମଙ୍ଗଳ ସଂଗୀତ ଗାନ କରିଥିଲେ ତଥା ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦିକା ପ୍ରଣତି ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ।

Omkar Vasthu
Omkar Vasthu

ମୁଖ୍ୟ ଅତିଥି ଡଃ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ତାଙ୍କ ଦୀକ୍ଷାନ୍ତ ଅଭିଭାଷଣରେ କବି ପାପ ପୁଣ୍ୟ ଠାରୁ ଉର୍ଦ୍ଧ୍ୱରେ ରହି ଧ୍ବଂସ ସ୍ତୁପ ମଧ୍ଯରେ ସୃଷ୍ଟିର ଅମୃତ ସନ୍ଧାନ କରିବାକୁ ପରାମର୍ଶ ଦେଇଥିଲେ । ଦୁଃଖ ବିରହ ଭାବରୁ ଉତ୍କୃଷ୍ଟ କବିତା ଉତୁରି ପାରେ ବୋଲି ରାମାୟଣର କ୍ରୌଞ୍ଚ ମିଥୁନ ଠାରୁ ଇଂରାଜୀ ସଲିଟାରି ରିପର ପର୍ଯ୍ୟନ୍ତ କାଳଜୟୀ କବିତାର ଉଦାହରଣ ଦେଇଥିଲେ। ଭଲ ପାଠକ ହେଲେ ହିଁ ଜଣେ ସ୍ରଷ୍ଟା ସଫଳ ହୋଇ ପାରିବ ବୋଲି ସେ ଭାବ ବିହ୍ବଳ କଣ୍ଠରେ ଆହ୍ବାନ ଦେଇଥିଲେ। ଭଞ୍ଜ, ରାଧାନାଥ, ଗଡନାୟକ, ସଚି ରାଉତରାୟ ତଥା ରମାକାନ୍ତ ରଥ ,ଶାରଳା ଦାସ,ଇତ୍ୟାଦି ବିଶିଷ୍ଟ ଓଡିଆ କବି ମାନଙ୍କର କବିତାରୁ ଉଦାହରଣ ଦେଇ, ଭାବ ହିଁ କବିଙ୍କୁ କାଳଜୟୀ କରି ପାରିବ ବୋଲି ନୂତନ ପୀଢିଙ୍କୁ ସୁପରାମର୍ଶ ଦେଇଥିଲେ ଆଜିର ବରେଣ୍ଯ ଅତିଥି ଶ୍ରୀଯୁକ୍ତ ସନ୍ତୋଷ ତ୍ରିପାଠୀ। କବି ଶ୍ରୀମତି ରୀତା ଅପରାଜିତା ମହାନ୍ତି, ଶ୍ରୀଯୁକ୍ତ ନିର୍ମଳ ନାୟକ, ଶ୍ରୀଯୁକ୍ତ ଅରୁଣ କୁମାର ମହାପାତ୍ର, ଶ୍ରୀଯୁକ୍ତ ଜୁମର ନାଥ ପାତ୍ର, ଶ୍ରୀଯୁକ୍ତ ରଞ୍ଜନ ମହାନ୍ତିଙ୍କ ବିଭିନ୍ନ ପ୍ରଶ୍ନ ସମାଧାନ କରି ସାହିତ୍ୟିକୁ ଏକ ନୂତନ ଦିଗନ୍ତ ପ୍ରଦାନ କରିଥିଲେ। ସମ୍ପାଦିକା ଶ୍ରୀମତି ପ୍ରଣତି ମହାପାତ୍ର ସଭା କାର୍ଯ୍ୟ ପରିଚାଳନା କରିଥିଲେ ତଥା ସଂଯୋଜନାରେ ଥିଲେ ସଞ୍ଜୟ କୁମାର ସାହୁ ।

Pearl dental clinic
Near Ashish Medical Store, Bhawanipatna

ସାରା ରାଜ୍ୟର ସମସ୍ତ ପ୍ରାନ୍ତରରୁ ସାହିତ୍ୟିକ ମାନେ ଆଲୋଚନାରେ ଭାଗ ନେଇ ସେମାନଙ୍କ ଅଭିମତ ରଖିଥିଲେ ତଥା ବିଶ୍ଵେଶ୍ଵର ମାଝୀଙ୍କ ଗଠନମୂଳକ ସମୀକ୍ଷା ସଭାକୁ ଆହୁରି ଦୀପ୍ତିମନ୍ତ କରିଥିଲା।

Udyog Nursery
Udyogi Nursery

ଉକ୍ତ ସାନ୍ଧ୍ୟ ଆସରରେ ଯାଜପୁର ବିନୋଦିନୀ ଦାଶ, ବିଦ୍ୟୁତ ପ୍ରଭା ମିଶ୍ର, ମେଘାଳୟ, ସିଲଙ୍ଗରୁ ବିନୟ କୁମାର ମହାପାତ୍ର, ଭଦ୍ରକରୁ ଶୁଭ୍ରାଂଶୁ କୁମାର ମାହୁନ୍ତ, କଟକରୁ ସଞ୍ଜୟ ସାହୁ, ମନୋରମା ମହାପାତ୍ର, ଢେଙ୍କାନାଳରୁ ଅଶୋକ ପ୍ରଧାନ, ତପନ ବିଶ୍ଵାଳ, ବଲାଙ୍ଗୀରରୁ ନିରଞ୍ଜନ ବେହେରା, ବବୁନ କୁମାର ପୁରୋହିତ, ସନ୍ତୋଷ କୁମାର ଅଦାବର, ଗଞ୍ଜାମ ଜିଲ୍ଲାରୁ ଗଗନ କୁମାର ଦାସ, ଅଜିତ ମହାପାତ୍ର, ଭୁବନେଶ୍ୱରରୁ ବସନ୍ତ କୁମାର ସାହୁ, ପ୍ରଶାନ୍ତ ହୋତା, ରୀତା ଅପରାଜିତା ମହାନ୍ତି, ଅନୁଗୁଳରୁ ନନ୍ଦନୀ ରାଉତ, ପୁରୀରୁ ବୈଜୟନ୍ତୀ ସାହୁ, ବାଲେଶ୍ବରରୁ ସ୍ନିଗ୍ଧା ସାମନ୍ତରାୟ, ଜୁମରନାଥ ପାତ୍ର, ବିପିନ ବିହାରୀ ବାରିକ, ରଞ୍ଜନ ମହାନ୍ତି, ସମର ବଲ୍ଲଭ ଭୋଇ, ପ୍ରବୀର କମିଳା, ଡ. କୁମାର ଗୋପାଲ, ପ୍ରଦୀପ୍ତ କୁମାର ମିଶ୍ର, ପ୍ରଫୁଲ୍ଲ କୁମାର ଦାସ,ସୁସନ୍ଧ୍ୟା ପ୍ରିୟଦର୍ଶିନୀ ନାୟକ, ନବରଙ୍ଗପୁରରୁ ସାଗର ପରିଡ଼ା, ମମତା ପାତ୍ର, ଅନାମ ସାହୁ , ଅଂଶୁମାନ ସ୍ଵାଇଁ,ଭବାନୀ ମିଶ୍ର, ଭାଗ୍ୟ ସା, ମନୋରଞ୍ଜନ ଭୋଇ, ଅମରେଶ ସେନାପତି, ଲିଜାରାଣୀ ସେଠୀ, ସାନ୍ତନୁ କୁମାର ନାଏକ, ନରେନ୍ଦ୍ର କୁମାର ମହାନ୍ତି, ସରିତା ଅମାତ, ସୁମତୀ ସାହୁ, ହାଡୁ ମେହେର, ମୋହନ ମେହେର, ଗୀତାଞ୍ଜଳି ସାହୁ, ପ୍ରଭାସିନୀ ସ୍ଵାଇଁ,ବିକେଶ ସାହୁ, ପ୍ରିୟବତୀ ଗୁରୁ, ରାକେଶ ମିଶ୍ର, ବିନ୍ଦୁଶ୍ରୀ ମହାନ୍ତି, ଲକ୍ଷ୍ମୀପ୍ରିୟା କୁଣ୍ଡୁ,ମେଘାନନ୍ଦ ମେହେର, ନିରଞ୍ଜନ ବାରିକ,ସୁଦାମ ଲେଙ୍କା, ଉମାକାନ୍ତ ରଥ,ମହାରାଷ୍ଟ୍ର ପୁନେରୁ ନିର୍ମଳ ନାୟକ ତେଲେଙ୍ଗାନାରୁ ଅରୁଣ କୁମାର ମହାପାତ୍ର, ପ୍ରମୁଖ କବି କବୟତ୍ରୀ ଏହି ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିଲେ।

ଆଜିର ମୁଖ୍ୟ ଅତିଥି ପ୍ରଫେସର ସନ୍ତୋଷ ତ୍ରିପାଠୀ ମହୋଦୟ ଆଗାମୀ ଦିନରେ ଫେସବୁକ ଲାଇଭ ତଥା ଭର୍ଚୁଆଲ ଆସରରେ ଆହୁରି ଦିଗଦର୍ଶନ ଦେବାକୁ ପ୍ରତିଶୃତି ଦେଇଥିଲେ। କାର୍ଯ୍ୟକ୍ରମର ଅନ୍ତିମ ଭାଗରେ ରଞ୍ଜନ ମହାନ୍ତିଙ୍କ ଦ୍ୱାରା ଧନ୍ୟବାଦ ପ୍ରସ୍ତାବ ପାରିତ ହୋଇଥିଲା ତଥା ଆଲୋଚନା ଚକ୍ରର ସମାପ୍ତି ଘୋଷଣା ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.