ନୂତନ ବର୍ଷର ଅଭିନନ୍ଦନ ଓ ଶୁଭେଚ୍ଛା ବାର୍ତ୍ତାର ଆଦାନ ପ୍ରଦାନ କଲେ କଳାହାଣ୍ଡି ଓକିଲ ସଂଘ

କଳାହାଣ୍ଡି, (କ୍ଷମାନିଧି ମହାକୁଡ): ଭବାନୀପାଟଣା ଠାରେ କଳାହାଣ୍ଡି ଓକିଲ ସଂଘର ଏକ ନିଆରା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ନୂତନ ବର୍ଷ ୨୦୨୧ର ଅଭିନନ୍ଦନ ଓ ଶୁଭେଚ୍ଛା ବାର୍ତ୍ତାର ଆଦାନ ପ୍ରଦାନ ପାଇଁ ଏହି ସମାରୋହର ଆୟୋଜନ କରାଯାଇଥିଲା। ଏଥିରେ କଳାହାଣ୍ଡି ଓକିଲ ସଂଘର ସଭାପତି ନାରାୟଣ ପଟ୍ଟନାୟକ, ଉପ ସଭାପତି ଅନୁପ ଜେନା, ସମ୍ପାଦକ ବଟକୃଷ୍ଣ ଆଚାର୍ଯ୍ୟ ଅଭିନନ୍ଦନ ଜଣେଇଥିଲେ।


ସହ ସଂପାଦକ ଯଶୋବନ୍ତ ନାଏକ ଅଭିନନ୍ଦନ ବାର୍ତ୍ତା ସହିତ ଓକିଲ ମାନଙ୍କର ଏକତା ଓ ସ୍ୱାଭିମାନ ଆଗାମୀ ପିଢ଼ି ପାଇଁ କିପରି ପ୍ରେରଣା ଦାୟୀ ହେବ ଏବଂ ବିଚାରପତି ଓ ଓକିଲ ମାନଙ୍କ ମଧ୍ୟରେ କିପରି ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶ, ବାତାବରଣ ସୃଷ୍ଟି ହେଇ ପାରିବ ସେ ଉପରେ ଆଲୋକପାତ କରିଥିଲେ।


ସେହିପରି ଓକିଲ ସଂଘର ପୂର୍ବତନ ସଭାପତି ଭବେନ୍ଦ୍ର ପଣ୍ଡା ଅଭିନନ୍ଦନ ବାର୍ତ୍ତାକୁ ଏକ ନିଆରା ଢଙ୍ଗରେ ଗୀତ ଓ ସାୟରି ମାଧ୍ୟମରେ ଜଣେଇଥିଲେ। ଅନୁରୂପ ଭାବରେ ସଂଘର ବରିଷ୍ଠ ସଦସ୍ୟ ଶ୍ରୀ ଜଗନ୍ନାଥ ମୁଣ୍ଡ ତାଙ୍କ ଅଭିଜ୍ଞତାରୁ କିଛି ମିଠା ଅନୁଭୂତି କହିବାକୁ ଯାଇ ନିଜ ଅଭିନୀତ ‘ଚକ୍ରୀ’ ନାଟକ ଓ ଅନ୍ୟାନ୍ୟ ବିଷୟ ଉପରେ ଆଲୋକପାତ କରିଥିଲେ।


ତାଦୃଶ ବରିଷ୍ଠ ଆଇନଜୀବୀ ସନ୍ତୋଷ ପଣ୍ଡା, ଅଶ୍ୱିନୀ ସାହୁ, ସୁଧାଂଶୁ ନନ୍ଦ ଓ ଅନ୍ୟାନ୍ୟ ଆଇନଜୀବୀ ମାନେ ନିଜ ନିଜ ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ। ଶେଷରେ ସଂଘର କୋଷାଧକ୍ଷ ଶୁଭ୍ରାଂଶୁ ସାହୁ ଉପସ୍ଥିତ ଆଇନଜୀବୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.