ଯୁବ ସାମ୍ବାଦିକ ପ୍ରକାଶ ମହାରଣାଙ୍କ ଅକାଳ ବିୟୋଗ

ଭୁବନେଶ୍ୱର/ଟିଟିଲାଗଡ଼: ଟିଟିଲାଗଡର ଯୁୁବ ସାମ୍ବାଦିକ  ପ୍ରକାଶ ମହାରଣାଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୫ବର୍ଷ ବୟସ ହୋଇଥିଲା। ଟିଟିଲାଗଡ ମୂଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି। ସେ ଯକୃତ ରୋଗରେ ପୀଡିତ ଥିଲେ। ଉଚ୍ଚ ଚିକିତ୍ସା ନିମନ୍ତେ କଟକ ଯିବା ପାଇଁ ଡାକ୍ତରଙ୍କ ପରାମର୍ଶ ପରେ ସୋମବାର ରାତିରେ କଟକ ଯିବାପାଇଁ ନିଷ୍ପତ୍ତି ନେଇଥିଲେ, କିନ୍ତୁ ବିଧିର ବିଧାନ ଅଲଗା ପ୍ରକାରର ଥିଲା। ସୋମବାର ଅପରାହ୍ନ ୪ଟାରେ ଦେହ ଅସୁସ୍ଥ ହେବାରୁ ଟିଟିଲାଗଡ ମୂଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ଏହି ଖବର ପାଇବା ପରେ ଟିଟିଲାଗଡ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସ୍ବର୍ଗତ ମହାରଣା ସ୍ନାତକ ପରେ ସାମ୍ବାଦିକତାରେ ପାଦ ଦେଇ ‘କନକ ନିଉଜ୍’ ଓ ଦୈନିକ ଖବରକାଗଜ ‘ସମ୍ବାଦ’ରେ ଦୀର୍ଘ ବର୍ଷଧରି ସାମ୍ବାଦିକତା କରି ବେଶ ସୁନାମ ଅର୍ଜନ କରିଥିଲେ। ଏହାସହ ଜଣେ ସୁସଂଗଠକ ଭାବେ ସେ ଟିଟିଲାଗଡ଼ ଅଞ୍ଚଳରେ ବେଶ୍ ପରିଚିତ ଥିଲେ। ସାମ୍ବଦିକତା ସହ ଅନେକ ଅନୁଷ୍ଠାନ ସହ ଜଡିତଥିବା ପ୍ରକାଶ ମହାରଣାଙ୍କ ଅକାଳ ବିୟୋଗରେ ଟିଟିଲାଗଡ଼ ସହର ସ୍ତବ୍ଧ ହୋଇଯାଇଛି। ତାଙ୍କର ଅକାଳ ବିୟୋଗରେ ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ମଙ୍ଗଳବାର ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ।

Udyog Nursery
Udyogi Nursery

ବ୍ୟୁରୋ ଇନପୁଟ୍ ସହ ଟିଟିଲାଗଡ଼ ପ୍ରତିନିଧି ହେମସାଗର ମହାନନ୍ଦଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.