‘ଓଡ଼ିଶାର ଲୋକ ପରମ୍ପରା ଓ ଲୋକ ସାହିତ୍ୟ’ ଶୀର୍ଷକ ଜାତୀୟ ନଭସଞ୍ଚାରୀ ସମ୍ପାନ ଆୟୋଜିତ

ଭୁବନେଶ୍ୱର: ଫକୀରମୋହନ ଫାଉଣ୍ଡେସନ ନୂଆଦିଲ୍ଲୀ ତଥା ଓଡ଼ିଶା ଶାଖା ତରଫରୁ ‘ଓଡ଼ିଶାର ଲୋକ ପରମ୍ପରା ଓ ଲୋକ ସାହିତ୍ୟ’ ଶୀର୍ଷକ ଏକ ଜାତୀୟ ନଭସଞ୍ଚାରୀ ସମ୍ପାନ ଅନୁଷ୍ଠିତ ହୋଇଯାଇଛି। ଏକ ସମ୍ପୂର୍ଣ୍ଣ ନୂତନ ପ୍ରୟାସ ଭାବେ ଏହି କାର୍ଯ୍ୟକ୍ରମର ଦ୍ଵିତୀୟ ଭାଗରେ ଛାତ୍ରଛାତ୍ରୀମାନଙ୍କ ଭିତରେ ଢଗଢମାଳି ଓ କାନ୍ଦଣା ଗୀତ ପ୍ରତିଯୋଗିତା ଆୟୋଜନ ହେଇଥିଲା। ସଭା ଆରମ୍ଭରେ ଫାଉଣ୍ଡେସନର ମାନେଜିଂ ଟ୍ରଷ୍ଟି ପ୍ରଫେସର ମନିକା ଦାସ ସ୍ବାଗତ ସମ୍ଭାଷଣ ପ୍ରଦାନ କରିଥିଲେ। ଫାଉଣ୍ଡେସନର ଓଡ଼ିଶା ଶାଖାର ମହାନିର୍ଦ୍ଦେଶିକା ଡ. ହିରଣ୍ମୟୀ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଏଥିରେ ପ୍ରଥମ ଅଧିବେଶନରେ ଲୋକ ସଂସ୍କୃତି ଉପରେ ଉଦଘାଟନୀ ବକ୍ତବ୍ୟ ରଖିଥିଲେ ଫକୀରମୋହନ ବିଶ୍ଵବିଦ୍ୟାଳୟର ପୂର୍ବତନ ଭାଇସ ଚାନ୍ସେଲର ପ୍ରଫେସର ଶିବପ୍ରସାଦ ଅଧିକାରୀ। ପ୍ରଫେସର ଅଧିକାରୀ ଓଡ଼ିଶାର ଲୁପ୍ତପ୍ରାୟ ସଂସ୍କୃତି ଉପରେ ଆଲୋକପାତ କରିଥିଲେ। ଆଲୋଚନାଚକ୍ରର ପ୍ରଥମ ଚରଣରେ ବିଷୟ ବିଶେଷଜ୍ଞ ଭାବେ ଯୋଗ ଦେଇଥିଲେ ଶାନ୍ତିନିକେତନର ପ୍ରଫେସର କଇଳାସ ପଟ୍ଟନାୟକ। ସେ ତାଙ୍କର ବକ୍ତବ୍ୟରେ ଓଡ଼ିଆ ଲୋକୋକ୍ତିି ସମ୍ପର୍କରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ସଭାରେ ସଭାପତିତ୍ଵ କରିଥିଲେ ସାହିତ୍ୟ ଏକାଡେମୀ, ପୂର୍ବାଞ୍ଚଳର ପ୍ରୋଗାମ୍ ଅଫିସର୍ ଡ. ମିହିର କୁମାର ସାହୁ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଦ୍ଵିତୀୟ ଅଧିବେଶନରେ ଓଡ଼ିଶା ତଥା ଓଡ଼ିଶା ବାହାରୁ ପ୍ରତିଯୋଗୀମାନେ ଢଗଢମାଳି ଓ କାନ୍ଦଣାଗୀତ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ କୋରାପୁଟ କେନ୍ଦ୍ରୀୟ ବିଶ୍ୱିଦ୍ୟାଳୟର ପ୍ରଫେସର ରୁଦ୍ରାଣି ମହାନ୍ତି ସଂଯୋଜନା କରିଥିଲେ। ପ୍ରତିଯୋଗିତାର ବିଚାରକ ଭାବେ କାର୍ଯ୍ୟନିର୍ବାହ କରିଥିଲେ ବିଶିଷ୍ଟ ସାହିତ୍ୟିକ ଲକ୍ଷ୍ମୀକାନ୍ତ ତ୍ରିପାଠୀ ଏବଂ ବିଶିଷ୍ଟ ଗାଳ୍ପିକ ରବି ପଣ୍ଡା। ଏହି ପ୍ରତିଯୋଗିତାରେ ବିଭିନ୍ନ ବୟସର ପ୍ରତିଯୋଗୀମାନେ ଗୁଗୁଲ୍ ମିଟ୍ ରେ ବହୁସଂଖ୍ୟାରେ ଯୋଗ ଦେଇଥିଲେ। ପ୍ରତିଯୋଗିତାର ଶେଷରେ ମନିକା ଦାସ, ମ୍ୟାନେଜିଂ ଟ୍ରଷ୍ଟି, ଫାଉଣ୍ଡେସନ ଦ୍ବାରା ଆଗାମୀ ଜାନୁଆରୀ ଚଉଦ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ଫକୀରମୋହନ ଜୟନ୍ତୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଓଡ଼ିଶା ଶାଖାର ମହାସଚିବ ଅଧ୍ୟାପକ ତଥା ଲେଖକ ଡ. ରବୀନ୍ଦ୍ର କୁମାର ଦାସ ଶେଷରେ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.