ଧଡାପାସ ଗ୍ରାମକୁ ଭୁଲି ଯାଇଛନ୍ତି ସରକାର

ରାସ୍ତା, ପାନୀୟ ଜଳ, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ପଂହଚାଇବାକୁ ଗ୍ରାମବାସୀଙ୍କ ଗୁହାରୀ

ରାୟଗଡ, (ଶିବ ନାରାୟଣ ଗୈାଡ): ଗମନାଗମନର ସୁବିଧା ରହିଥିଲେ ଆପେ ଆପେ ଅଂଚଳର ବିକାଶ ହୋଇଥାଏ । ଯାହାକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଜୁ ସଡକ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଆଦି ବହୁ ଯୋଜନା ମାଧ୍ୟମରେ ଓଡିଶାର ଦୁର୍ଗମ ଅଂଚଳରେ ବସବାସ କରୁଥିବା ଗ୍ରାମବାସୀମାନଙ୍କୁ ପଂଚାୟତ,ବ୍ଳକ ଓ ଜିଲ୍ଳା ସଦର ମହକୁମା ସହ ସଂଯୋଗୀକରଣ ନିମନ୍ତେ ପକ୍କାରାସ୍ତା ନିର୍ମାଣ କରୁଛନ୍ତି । ତେବେ ରାୟଗଡ ଜିଲ୍ଳା କାଶିପୁର ବ୍ଳକ ଡଙ୍ଗାସିଲ ପଂଚାୟତ ଅନ୍ତର୍ଗତ ଧଡାପାସ ଗ୍ରାମକୁ ଯେମିତି ସରକାର ଭୁଲି ଯାଇଛନ୍ତି ।

Omkar Vasthu
Omkar Vasthu


ଜିଲ୍ଳା ପ୍ରଶାସନ ତଥା ସ୍ଥାନୀୟ ଜନପ୍ରତିନିଧି ଠାରୁ ଆରମ୍ଭ କରି ସ୍ଥାନୀୟ ମନ୍ତ୍ରୀ, ସାଂସଦ ଓ ବିଧାୟକ ମଧ୍ୟ ଉକ୍ତ ଗ୍ରାମର ବିକାଶ ଦିଗରେ କେବେ ହେଲେ ଚିନ୍ତା କରି ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଧମକ ସାହି, ପୁରୁଣା ସାହି, ମଝି ସାହିି, ଶେଷ ସାହି ଓ ବଡ ସାହିର ପାଖାପାଖି ୯୦ଘରକୁ ମିଶାଇ ଧଡାପାସ ଗ୍ରାମ ଗଠିତ ଥିବା ବେଳେ ଦୀର୍ଘ ବର୍ଷ ଧରି ଗ୍ରାମକୁ ଯିବା ପାଇଁ ପକ୍କାରାସ୍ତାଟିଏ ନ ଥିବାରୁ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତାଟିଏ ନ ଥିବାରୁ ବିଶେଷ କରି ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ସେହିପରି ଗାଁରେ କୈାଣସି ସ୍କୁଲ ନ ଥିବାରୁ ପୁରୁଷ ପୁରୁଷ ଧରି ଗାଁରେ ଅଶିକ୍ଷିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ବର୍ତମାନ ସମସ୍ତ ପରିବାରଙ୍କ ଘରେ କୁନି କୁନି ୧୦୦ରୁ ଉର୍ଦ୍ଧ ପିଲାମାନେ ରହିଥିବା ବେଳେ ସେମାନଙ୍କ ଭବିଷ୍ୟତ ମଧ୍ୟ ଅଶିକ୍ଷିତ ଗଛର ଛାଇ ତଳେ ହିଁ କଟିବ ।

Pearl dental clinic
Near Ashish Medical Store, Bhawanipatna


ଅପରପକ୍ଷେ ବଂଚିବା ପାଇଁ ପାଣିର ଆବଶ୍ୟକତାକୁ ନେଇ ପ୍ରତିଦିନ ସକାଳ ପାଇଲେ ବିଶୁଦ୍ଧ ଜଳରେ ତୃଷ୍ଣା ମେଂଟାଇବା ପାଇଁ ଦୀର୍ଘ ୧ କିଲୋମିଟର ପାହାଡିଆ ରାସ୍ତା ଅତିକ୍ରମ କରି ୫ଟି ସାହିର ବାସିନ୍ଦାମାନେ ଗାଁ ନିକଟରେ ପ୍ରବାହିତ ହେଉଥିବା ଆମୁଲୁ ଘାଟ ନାଳ ପାଣିକୁ ବ୍ୟବହାର କରୁଛନ୍ତି । ତେବେ ବିଡମ୍ବନାର ବିଷୟ ଟିକିରି ବନ୍ଧରୁ ଆସୁଥିବା ଏହି ନାଳ ପାଣିରେ ସ୍ଥାନୀୟ ଅଂଚଳରେ ଗଢି ଉଠିଥିବା କମ୍ପାନୀର କେମିକଲ ତଥା ବିଷାକ୍ତ ରସାୟନିକ ତରଳ ପଦାର୍ଥଗୁଡିକ ମିଶୁଥିବାରୁ ଏହି ପାଣି ପାନୀୟ ଉପଯୋଗୀ ନ ଥିଲେ ମଧ୍ୟ କୈାଣସି ଉପାୟ ନ ପାଇ ଏହି ନାଳ ପାଣି ପିଇ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଅନେକ ସମୟରେ କିଛି ଗ୍ରାମବାସୀମାନେ ମୃତ୍ୟୁବରଣ କରିଥିବା ନେଇ ୱାର୍ଡ ସଭ୍ୟ ସଲମନ ମାଝି, ପାଣ୍ଡୁ ମାଝି, ଲାଣ୍ଡୁ ମାଝି, ଦାଶୁ ମାଝି, ମାଲୁ ମାଝିଙ୍କ ସମେତ ଅନ୍ୟମାନେ ପ୍ରକାଶ କରିଛନ୍ତି ।

Udyog Nursery
Udyogi Nursery

ସେହିପରି ରାସ୍ତାଟିଏ ନ ଥିବାରୁ ଜରୁରୀକାଳନୀ ସ୍ୱାସ୍ଥ୍ୟ ସେବା ଯୋଗାଇବା କ୍ଷେତ୍ରରେ ଗାଁ କୁ ୧୦୮ କିମ୍ବା ୧୦୨ ଆମ୍ବୁଲାନ୍ସ ପଂହଚିପାରୁ ନ ଥିବାରୁ ଗର୍ଭବତୀ ମହିଳାଙ୍କ ଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧା ଓ ଶିଶୁମାନଙ୍କୁ ଦୀର୍ଘ ୪ କିଲୋମିଟର ଦୂର ବଦଲିଝରଣ ସନ୍ଧି ଛକ ଯାଏଁ ନେବା ଅତ୍ୟନ୍ତ କଷ୍ଟକର ହୋଇପଡୁଛି ବୋଲି ଗ୍ରାମର ମହିଳା ଗୀତାଂଜଳି ମାଝି, କାନ୍ଦ୍ରି ମାଝି, ଟିକିମାଇ ମାଝି, ସୋନ ମାଝିଙ୍କ ସମେତ ଅନ୍ୟମାନେ କହିଛନ୍ତି ।

ସ୍ୱାଧୀନତାର ୭୨ବର୍ଷ ପରେ ମଧ୍ୟ ଧଡାପାସ ଗ୍ରାମର ଗ୍ରାମବାସୀଙ୍କୁ ମୈାଳିକ ସୁବିଧା ପଂହଚାଇବାରେ ପ୍ରଶାସନର ବିଫଳତାକୁ ନେଇ କାଶିପୁର ବ୍ଳକ ବିଡିଓ ସୁଧାକର ରଇତଙ୍କୁ ପଚାରିବାରୁ ପାନୀୟ ଜଳ ସମସ୍ୟାର ସମାଧନ ପାଇଁ କନିଷ୍ଠ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ରାସ୍ତା ପାଇଁ ମଧ୍ୟ ସରପଂଚ ଓ ପିଇଓଙ୍କ ସହ କଥା ହେବି ବୋଲି ସେ କହିଛନ୍ତି । ଯଦି ବିଡିଓଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୁଏ ତେବେ ଧଡାପାସ ଗ୍ରାମାବାସୀମାନେ ଉପକୃତ ହୋଇପାରିବେ ନଚେତ ଆଶା ସଂଚାରିତ କରିବା ସେମାନଙ୍କ ପାଇଁ ସାତ ସପନ ହିଁ ରହିଯିବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.