ରାମନାଗୁଡାରେ କୋଭିଡ଼ ଟୀକାକରଣ

ରାମନାଗୁଡା, (ଦିଲୀପ କୁମାର ପଣ୍ଡା) : ବହୁପ୍ରତିକ୍ଷିତ କୋଭିଡ଼ ଟୀକାକରଣ ଆଜି ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ କୋଭିଡ଼-୧୯ ଟୀକାକରଣ ଗୃହ ଶୁଭାରମ୍ଭ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ରଜନୀ ମାଣ୍ଡଙ୍ଗି, ବିଡ଼ିଓ ବେଣୁଧର ଶବର, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭାରାପ୍ରାପ୍ତ ଚିକିତ୍ସାଧିକାରୀ ଅନିଲ କୁମାର ବେହେରା, ଜିଲ୍ଲା ସଂପାଦକ ଗଗନ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଟୀକାକରଣ କେନ୍ଦ୍ର ଶୁଭ ଉଦଘାଟନ କରିଥିଲେ। ଏହି ଟୀକାକରଣ ଗୋଷ୍ଠୀ ଭାରାପ୍ରାପ୍ତ ଚିକିତ୍ସାଧିକାରୀ ଅନିଲ କୁମାର ବେହେରା ଓ ବିପିଏମ କମଳାକର ରାଓଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଟୀକାକରଣରେ ପ୍ରଥମେ ବିପିଏମ କମଳାକର ରାଓ, ଡଃ ପ୍ରଭାତ ଦାଶ ପ୍ରଥମେ କୋଭିସିଲଡ଼ ଟୀକା ନେଇଥିଲେ। ପରେ ଅଙ୍ଗନବାଡ଼ି କର୍ମୀ ଓ ଆଇସିଡିଏସ ସୁପରଭାଇଜର ମାନେ କୋଭିଡ଼ ଟୀକା ନେଇଥିଲେ।କୋଭିଡ଼ ଟୀକା ନେବା ପରେ ଟୀକା ନେବା ବ୍ୟକ୍ତିଙ୍କୁ ଅଧଘଣ୍ଟା ଅବଜରଭେସନରେ ରଖାଯାଇଥିଲା। ଏଥିରେ ୧୦୦ଜଣ ଟୀକାକରଣ କରିଥିଲେ। ତେବେ ଟୀକାକରଣରେ କୈଣସି ଲୋକଙ୍କ ନିକଟରେ ପ୍ବାର୍ଶ ପ୍ରତିକ୍ରିୟା ହୋଇନଥିବା ଜଣାପଡିଛି।ଟୀକାକରଣ ନିମନ୍ତେ ସ୍ବତନ୍ତ୍ର ସୁରକ୍ଷା ଏବଂ ସାନିଟାଇଜେସନ ସହ ଅଭ୍ୟର୍ଥନା କକ୍ଷ ଓ ପର୍ଯ୍ୟବେକ୍ଷଣ କେନ୍ଦ୍ର ଖୋଲାଯାଇଥିଲା। ଏଥିରେ କୈଣସି ସ୍ବାସ୍ଥ୍ୟକର୍ମୀ ଟୀକାଗ୍ରହଣ କରିନଥିଲେ ମଧ୍ୟ ଟୀକାକରଣ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ବିପିଏମ କମଳାକର ରାଓ ପରିଚାଳନା କରିଥିଲେ।।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.