ପୁଷ୍ଟି ସ୍ୱେଚ୍ଛାସେବୀଙ୍କ ପୁଷ୍ଟି ସମ୍ବନ୍ଧୀୟ ତାଲିମ ଶିବିର

କଳାହାଣ୍ଡି,(ହେମନ୍ତ ସାହୁ): ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି (ଆଇଜିଏସ୍‌ଏସ୍‌ଏସ୍‌) ତରଫରୁ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ବୁରାଟସ୍ଥିତ ଆଦିବାସୀ ତାଲିମକେନ୍ଦ୍ର ପରିସରରେ ପୁଷ୍ଟି ସ୍ୱେଚ୍ଛାସେବୀଙ୍କ ପୁଷ୍ଟି ସାଧନ ସମ୍ବନ୍ଧୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ପ୍ରାରମ୍ଭରେ ଆଂଚଳିକ ସଂଯୋଜକ ଗରୁଡ଼ ଭୋଇ କାର୍ଯ୍ୟକ୍ରମରେ ଲକ୍ଷ ଓ ଉଦ୍ଦେଶ୍ୟ ସଂପର୍କରେ ସୂଚନା ଦେଇଥିବାବେଳେ ମଦନପୁର ମହିଳା ପରିଦର୍ଶିକା ଶର୍ମିଳା ବେହେରା ମଂଚାସୀନ ରହିଥିଲେ ।

Omkar Vasthu
Omkar Vasthu


ସାଧନକର୍ମୀ ଭାବରେ ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ ଯୋଗଦେଇ ପୁଷ୍ଟି ସମ୍ବନ୍ଧୀୟ ବିଭିନ୍ନ ବିଷୟ ସଂପର୍କରେ ତାଲିମାର୍ଥୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଏହି ଶିବିରରେ ମ.ରାମପୁର, କର୍ଲାମୁଣ୍ଡା ଓ ନର୍ଲା ବ୍ଲକର ୨୦ଜଣ ଅଙ୍ଗନୱାଡ଼ି ଓ ଆଶା କର୍ମୀଙ୍କ ସମେତ ପୁଷ୍ଟି ସ୍ୱେଚ୍ଚାସେବୀ ଯୋଗଦେଇଥିଲେ । ଧନ୍ୟବାଦାର୍ପଣ କରିଥିଲେ ଜିତେନ୍ଦ୍ର କୁମାର ଭୋଇ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ କିଶୋର ଦାସ, ବାସନ୍ତି ସାହୁ, ତିଳେଶ୍ୱର ଗୌଡ଼, ଲିଙ୍ଗରାଜ ପାତ୍ର,ଭୂପିନ୍ଦର ଚୌଧୁରୀ ପ୍ରମୁଖ ସହଯୋଗ କରିଥିଲେ । ଆଗାମୀ କିଛି ଦିନ ମଧ୍ୟରେ ଏହି ତିନୋଟି ବ୍ଲକରେ ପୁଷ୍ଟିସମ୍ବନ୍ଧୀୟ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆଂଚଳିକ ସଂଯୋଜକ ଶ୍ରୀ ଭୋଇ ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.