ବରିଷ୍ଠ ଶିଳ୍ପୀ କେଶୁଦାସ ହେଲେ ‘ବିଶ୍ୱ ଓଡ଼ିଶା କଳା ପରିଷଦ’ର ଅଧ୍ୟକ୍ଷ 

● ଉତ୍କଳୀୟ ଝୋଟିକୁ ବିଶ୍ବ ସ୍ତରରେ ମାନ୍ୟତା ଦେବାକୁ ଜିଆଇ ଟ୍ୟାଗ୍ ପାଇଁ ହେବ ଉଦ୍ୟମ

ବାଲେଶ୍ଵର, (କୃଷ୍ଣ କୁମାର ମହାନ୍ତି): ବିଶ୍ଵବ୍ୟାପୀ ଓଡ଼ିଆ ଜାତୀୟତା ଜାଗରଣ ଅଭିଯାନ ‘ବିଶ୍ୱ ଓଡ଼ିଶା’ର ନବବର୍ଷ ସଂକଳ୍ପ କାର୍ଯ୍ୟକ୍ରମ ଏହାର ସଭାପତି ତଥା ଓଡିଶା ବିଧାନସଭା ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ବିଧାନସଭା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।
‘ବିଶ୍ୱ ଓଡ଼ିଶା’ ବିଶ୍ୱବ୍ୟାପୀ ଓଡ଼ିଆଙ୍କ ମଧ୍ୟରେ ସମ୍ପର୍କ, ସମନ୍ୱୟ ରଖି ଓଡ଼ିଶାର ସାମଗ୍ରିକ ବିକାଶ ଦିଗରେ କାର୍ଯ୍ୟ କରୁଛି ଏବଂ ଏହା ଆଗାମୀ ଦିନରେ ଓଡ଼ିଶାର କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ, ଭାଷା, ସାହିତ୍ୟ, ସଂସ୍କୃତି, ଖାଦ୍ୟପାନୀୟ, ବେଶପୋଷାକ ତଥା ପର୍ଯ୍ୟଟନକୁ ବିଶ୍ୱବ୍ୟାପୀ ପ୍ରଚାର ପ୍ରସାର କରିବ ବୋଲି ସିଦ୍ଧାନ୍ତ ନିଆ ଯାଇଛି।

Omkar Vasthu
Omkar Vasthu

ଏହି କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ଭାଷା, ସାହିତ୍ୟ, କଳା, ସଂସ୍କୃତି ଓ ପର୍ଯ୍ୟଟନ, ବିଭାଗର ଅଧ୍ୟକ୍ଷ ଓ କର୍ମକର୍ତ୍ତା ଦ୍ବାୟିତ୍ବ ବଣ୍ଟନ କରାଯାଇଥିବା ବେଳେ ‘ବିଶ୍ବ ଓଡ଼ିଶା କଳା ପରିଷଦ’ର ଅଧ୍ୟକ୍ଷ ଭାବେ ବାଲେଶ୍ବରର ବିଶିଷ୍ଟ ଶିଳ୍ପୀ କେଶୁଦାସଙ୍କୁ ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ର ଦାୟିତ୍ବ ପ୍ରଦାନ କରିଛନ୍ତି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି ବୈଠକରେ ବିଭିନ୍ନ ବିଭାଗରେ ଦାୟିତ୍ବ ଗ୍ରହଣ କରିଥିବା ସମସ୍ତ ଅଧ୍ୟକ୍ଷ ନିଜ ନିଜର ପ୍ରସ୍ତାବ ଦେଇଥିବା ବେଳେ ‘କଳା ପରିଷଦ’ର ଅଧ୍ୟକ୍ଷ ଶିଳ୍ପୀ କେଶୁଦାସ ଓଡ଼ିଶାର ଆଦ୍ୟ, ପୁରାତନ , ପାରମ୍ପରିକ, ମୌଳିକ ଓ ଲୋକାଦୃତ ଲୋକକଳା ଝୋଟି ସର୍ବଭାରତୀୟ ସ୍ତରରେ ମାନ୍ୟତା ନ ଥିବାର କ୍ଷୋଭ ପ୍ରକାଶ କରି ବିଶ୍ବ ସ୍ତରରେ ପ୍ରତିଷ୍ଠା କରିବା ପାଇଁ ଉତ୍କଳୀୟ ଝୋଟି ଦିବସ, ଜିଆଇ ଟ୍ୟାଗ୍ ଓ ସର୍ବଭାରତୀୟ ଭୂ-ଅଳଙ୍କରଣରେ ସ୍ଥାନିତ କରିବା ପାଇଁ କାର୍ଯ୍ୟକ୍ରମ କରାଯିବା ବୋଲି ପ୍ରସ୍ତାବ ଦେଇଥିଲେ। ଏହା ଓଡ଼ିଶାର ଅସ୍ମିତାର ପ୍ରସଙ୍ଗ ହୋଇଥିବାରୁ ସମସ୍ତ କର୍ମକର୍ତ୍ତା ପ୍ରସ୍ତାବକୁ ଯଥାବିଧି ଆଗେଇ ନେବାର ସିଦ୍ଧାନ୍ତ ନେଇଥିଲେ।

ନବବର୍ଷ ସଂକଳ୍ପ ଭାବରେ ଚଳିତ ୨୦୨୧ ମସିହାକୁ ‘ବିଶ୍ୱ ଓଡ଼ିଆ ସଦଭାବନା ବର୍ଷ’ ଭାବରେ ପାଳନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇ ଡକ୍ଟର ପାତ୍ର ଏହାର ସ୍ମାରକ ଉନ୍ମୋଚନ କରିଥିଲେ । ଏହି ବର୍ଷ ପାଳନ ମାଧ୍ୟମରେ ଭାଷା, ସାହିତ୍ୟ, କଳା, ସଂସ୍କୃତି, ପର୍ଯ୍ୟଟନ ଆଦି ୫ଟି ବିଭାଗରେ ବିଶ୍ଵବ୍ୟାପୀ ପ୍ରଚାର, ପ୍ରସାର ଓ ବିନିମୟ କାର୍ଯ୍ୟକ୍ରମ କରାଯିବ ବୋଲି ମୁଖ୍ୟ ସଂଯୋଜକ ଆଡଭୋକେଟ ମନୋରଞ୍ଜନ ପଟ୍ଟନାୟକ ସୂଚନା ଦେଇଥିଲେ।

ଏହି ବର୍ଷ ପାଳନକୁ ଆହୁରି କ୍ରିୟାଶୀଳ କରିବା ପାଇଁ ବାଚସ୍ପତି ଡ. ପାତ୍ରଙ୍କ ପରାମର୍ଶରେ ୨୧ଟି ରାଷ୍ଟ୍ରରେ ‘ବିଶ୍ୱ ଓଡ଼ିଶା ସଦଭାବନା ବାର୍ତ୍ତାବହ’ ବା ଗୁଡ୍ ଉଇଲ୍ ଆମ୍ବାସାଡର୍ ନିଯୁକ୍ତ କରାଯାଇ ଉଭୟ ରାଷ୍ଟ୍ର ମଧ୍ୟରେ ସଦ୍ଭାବନା ପ୍ରତିଷ୍ଠା ପୂର୍ବକ ବିଭିନ୍ନ ବିକାଶ ଓ ବିନିମୟ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି କାର୍ଯ୍ୟକାରୀ ସଭାପତି ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ କବି ବାହାଦୂର ପାଟସାହାଣୀ କହିଥିଲେ।

ପ୍ରକାଶ ଥାଉ କି ‘ବିଶ୍ବ ଓଡ଼ିଶା’କୁ ବିଶ୍ବସ୍ତରୀୟ କରିବା ପାଇଁ ବିଶ୍ୱ ଓଡ଼ିଶା ସଦ୍ଭାବନା ବାର୍ତ୍ତାବହ ଭାବରେ ଡକ୍ଟର ଅରୁଣ କୁମାର ପ୍ରହରାଜ, ବାହାରିନ, ସୁବାସ ସାହୁ, ବାହାରିନ(ସଂସ୍କୃତି), କୁନା ଦାଶ, ଜାପାନ, ଶୀତଲ କୁମାର ପାଲବାବୁ, ମ୍ୟାମାର, ଡ. ଅଦ୍ରୀଶ ବ୍ରହ୍ମଦତ୍ତ, ଥାଇଲାଣ୍ଡ, ଦେବର୍ଷି ମଲିକ, ଇଣ୍ଡୋନେସିଆ, ଡ. ମଳୟ ନାୟକ, ଯୁକ୍ତରାଜ୍ୟ, ଅକ୍ଳେଶ ବିଭୁଦତ୍ତ, ଭିଏତନାମ, ସଞ୍ଜୀବ ବାରିକ, ଆୟରଲାଣ୍ଡ, ଚନ୍ଦ୍ରଶେଖର ଖୁଣ୍ଟିଆ, ଆରବ ଏମିରେଟସ, ମାନସ ପ୍ରଧାନ, ଆରବ ଏମିରେଟସ ( ସଂସ୍କୃତି), ସନ୍ତୋଷ ମିଶ୍ର, ରୁଷିଆ, ସୁମିତା ସାହୁ, ଫିନଲାଣ୍ଡ, ଗିରିଜା ଶଙ୍କର ପାଢ଼ୀ, କୁଏତ, ମନତୋଷ ଶତପଥୀ, ତାଇୱାନ, ଦେବାଶିଷ ଶ୍ରୀଚନ୍ଦନ, ଇଟାଲି, ସୁସ୍ମିତା ଜ୍ୟୋତିଷୀ, ଯୁକ୍ତରାଷ୍ଟ୍ର ଆମେରିକା, ସୌମ୍ୟା ପାଢ଼ୀ, କାନାଡ଼ା, ଦୀପ୍ତି ରଞ୍ଜନ ନନ୍ଦ, ମାଲେସିଆ, ମନ୍ମୟ ମହାନ୍ତି, ସାଉଥ ଆଫ୍ରିକା ଓ ରମେଶ ବିଶ୍ୱାଳ, ନାଇଜେରିଆ ରାଷ୍ଟ୍ର ପାଇଁ ବାର୍ତ୍ତାବହ ବା ସଦ୍ଭାବନା ରାଷ୍ଟ୍ରଦୂତ ଭାବରେ ନିଯୁକ୍ତି ଦିଆ ଯାଇଛି ବୋଲି ସାଧାରଣ ସମ୍ପାଦକ ତଥା ପରିଚାଳନା ନ୍ୟାସୀ ମନୋଜ ମନ୍ମୟ ସୂଚନା ଦେଇଛନ୍ତି ।
ଏହି ସମସ୍ତ ରାଷ୍ଟ୍ରୀୟ ପ୍ରତିନିଧିଙ୍କୁ ନେଇ ବିଶ୍ୱ ଓଡ଼ିଶା ଆନ୍ତର୍ଜାତିକ ପରିଷଦ ଗଠନ କରାଯାଇ ବାହାରିନ ଓଡ଼ିଆ ସମାଜ ପ୍ରତିଷ୍ଠାତା ସଭାପତି ଡ. ଅରୁଣ କୁମାର ପ୍ରହାରାଜଙ୍କୁ ଆନ୍ତର୍ଜାତିକ ଅଧ୍ୟକ୍ଷ ଏବଂ ପ୍ରବାସୀ ଓଡ଼ିଆ କଳିଙ୍ଗ ମିତ୍ର ସମାଜର ପ୍ରତିଷ୍ଠାତା ଡକ୍ଟର ଅଦ୍ରୀଶ ବ୍ରହ୍ମଦତ୍ତଙ୍କୁ ଆନ୍ତର୍ଜାତିକ ସମ୍ପାଦକ ଦାୟିତ୍ୱ ଅର୍ପଣ କରାଯାଇଛି ।

ଏହି ଅବସରରେ ବିଶ୍ୱ ଓଡ଼ିଶା ଟ୍ରଷ୍ଟ ବୋର୍ଡର ସାଧାରଣ ବୈଠକ ସଭାପତି ଡ. ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଉପସଭାପତି ପ୍ରଫେସର ତାରା ପ୍ରସନ୍ନ ଶତପଥୀ, ଦିଲୀପ ରାୟ, ଡ. ଦ୍ବୀପାୟନ ପଟ୍ଟନାୟକ, ମହାସଚିବ ତଥା ପୂର୍ବତନ ସିବିଆଇ ସ୍ୱତନ୍ତ୍ର ବିଚାରପତି ଭିକାରୀ ଚରଣ ରାଉତ, ସାହିତ୍ୟ ପରିଷଦ ଅଧ୍ୟକ୍ଷା ଡ. ପ୍ରତିଭା ମହାରଥୀ, ମହିଳା ପରିଷଦ ଅଧ୍ୟକ୍ଷା ସୁଜାତା ପଶାୟତ, କୃଷି ପରିଷଦ ଅଧ୍ୟକ୍ଷ ପଞ୍ଚାନନ ଗୌଡ଼, କଳା ପରିଷଦ ଅଧ୍ୟକ୍ଷ ଶିଳ୍ପୀ କେଶୁ ଦାସ, ସମନ୍ୱୟ ସମ୍ପାଦିକା ଅଧ୍ୟାପିକା ମୀରା ବେଉରା ପ୍ରମୁଖ ଯୋଗଦେଇ ବର୍ଷ ୨୦୨୧ ପାଇଁ ନାନା ଯୋଜନା, ପ୍ରକଳ୍ପ ଆଦି ସମ୍ପର୍କରେ ଅବତାରଣା କରିଥିଲେ ।

ଏଥି ସହିତ ୱେବ ବୈଠକରେ ସମସ୍ତ ରାଷ୍ଟ୍ର ପ୍ରତିନିଧିଙ୍କ ସମେତ ଲଣ୍ଡନରୁ ସତ୍ୟଜିତ, ପୁଷ୍ପାଞ୍ଜଳି ବାରିକ, ନୂଆଦିଲ୍ଲୀ, ଡ. ତନୁଶ୍ରୀ ପତ୍ରୀ, ଜାମସେଦପୁର, ପ୍ରଦୀପ କୁମାର ମହାନନ୍ଦିଆ, ଭୁବନେଶ୍ୱର, ଡ. ଦିବ୍ୟଶକ୍ତି ସାମନ୍ତରାୟ, ଆଠଗଡ଼ ପ୍ରମୁଖ ଯୋଗ ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସମ୍ପାଦକ ମନୋଜ ମନ୍ମୟ ପରିଚାଳନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.