କର୍ଲାମୁଣ୍ଡା ବ୍ଳକରେ ଆରମ୍ଭହେଲା ଟୀକାକରଣ

ପ୍ରଥମ ଦିନରେ ୫୩ ଜଣ ନେଲେ ଟୀକା

କଳାହାଣ୍ଡି, (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଳକରେ ଆଜି ଠାରୁ ଆରମ୍ଭ ହୋଇଛି କରୋନା ପ୍ରତିହତ ପାଇଁ ଟୀକାୀରଣ କାର୍ଯ୍ୟକ୍ରମ । ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟା କେନ୍ଦ୍ର ସଭାଗୃହ ଠାରେ ମେଡିକାଲ ଅଫିସର ଡାଃ ସୈାମ୍ୟରଂଜନ ପାତ୍ର, ଡାଃ ଅଖିଳେଶ ସାମଲ, ଆୟୁଷ ଡାକ୍ତର ଶିଖିଧ୍ୱଜ ପଟେଲ, ଜନ ସ୍ୱାସ୍ଥ୍ୟ ଅଧିକାରୀ କିଶୋର ଚନ୍ଦ୍ର ଦାଶ ଓ ବିପିଏମ ଅଜିତ ସଂ କୁମାର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଟୀକାୀରଣ କରାଯାଇଥିଲା । ଆଜି ପ୍ରଥମ ଦିନରେ ୫୩ ଜଣ ଟୀକା ନେଇଥିଲେ । ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଓ ସୁପରଭାଇଜର ମାନେ ଟୀକା ନେଇଥିଲେ ।


ପ୍ରଥମେ ଆୟୁଷ ଡାକ୍ତର ଶିଖିଧ୍ୱଜ ପଟେଲ ଟୀକା ନେଇଥିଲେ । ଏଥିରେ ବିମଳ ଚନ୍ଦ୍ର ସାହୁ, ଦୁତିଆନ ରଣା, ରୀତାଜଂଳି ଶବର, ଶିଖା ଦୀପ, ରୋଜାଲିନ ବାଗ ଓ ମାଧୁରୀ ବାଗ ସହଯୋଗ କରିଥିଲେ । ଚଳିତ ମାସ ୨୩ ଓ ୨୫ ତାରିଖରେ ମଧ୍ୟ ଟୀକାକରଣ କରାଯିବ ବୋଲି ସୂଚନା ମିଳିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.