ପୈାର ପରିଷଦର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଳାପାଳ

ରାୟଗଡ ସହରକୁ ଆର୍ବଜନା ଓ ପଲିଥିନ୍ ମୁକ୍ତ କରିବା ପାଇଁ ଗୁରୁତ୍ୱାରୋପ

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ସହରର ଉନ୍ନୟନ ଦିଗରେ ପୈାର ପରିଷଦର ଦ୍ୱାରା କରାଯାଉଥିବା ବିିଭିନ୍ନ ଯୋଜନା ଓ ସେବାଗୁଡିକର ରାୟଗଡ ଜିଲ୍ଳାପାଳ ତଥା ପୈାର ପରିଷଦ ପ୍ରଶାସକ ସରୋଜ କୁମାର ମିଶ୍ର ସମୀକ୍ଷା କରିଛନ୍ତି । ରାୟଗଡ ପୈାର ପରିଷଦ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଜିଲ୍ଳାପାଳ ଶ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥିଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହିତିଲେ । ପୈାର ପରିଷଦ ଅଧିନରେ କାର୍ଯ୍ୟକାରୀ ହେଉଥିବା ଉନ୍ନତୀ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଂଚଳ), ଜାତୀୟ ସହାରାଂଚଳ ଜୀବିକା ମିଶନ, ଜାଗା ମିଶନ, ସହରାଂଚଳ ଆଲୋକୀକରଣ, ସାମାଜିକ ଭତା ବଂଟନ, ପଲିଥିନ୍ ବନ୍ଦ ଇତ୍ୟାଦି ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ।

Omkar Vasthu
Omkar Vasthu


ପ୍ରତ୍ୟେକ ଯୋଜନା ଏବଂ ସେବାଗୁଡିକର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯିବା ପରେ ଜିଲ୍ଳାପାଳ ଶ୍ରୀ ମିଶ୍ର କିଛି ଗୁୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରଖିଥିଲେ । ସେହି ପ୍ରସ୍ତାବଗୁଡିକ ପୈାର ପରିଷଦ ଦ୍ୱାରା ଧ୍ୟାନରେ ରଖାଯାଇଛି ଏବଂ ଯଥାଶୀଘ୍ର ସେଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ସ୍ଥିର କରାଯାଇଛି ଯାହାର ପ୍ରତିଫଳନ ଆସନ୍ତା କିଛି ଦିନ ମଧ୍ୟରେ ପୈାର ପରିଷଦ ଅଧିନସ୍ଥ ବିଭିନ୍ନ ସ୍ଥାନମାନଙ୍କରେ ଦେଖିବାକୁ ମିଳିବ । ରାୟଗଡ ସହରକୁ ଆର୍ବଜନା ଓ ପଲିଥିନ୍ ମୁକ୍ତ ସହର ଭାବେ ଗଢି ତୋଳିବା ପାଇଁ ଜିଲ୍ଳାପାଳ ଶ୍ରୀ ମିଶ୍ର ବିଶେଷ ଗୁରୁତ୍ୱ ପ୍ରଦାନ କରିଥିଲେ । ପରିଶେଷରେ ନିର୍ବାହୀ ଅଧିକାରୀ ଶ୍ରୀ ଶତପଥି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.