କର୍ଲାମୁଣ୍ଡା : ୨ୟ ଦିବସରେ ୮୮ଜଣ ନେଲେ ଟୀକା

କର୍ଲାମୁଣ୍ଡା, (ଆଶୁତୋଷ ଦାସ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ବୁଧବାର ଥିଲା ଟୀକାକରଣର ଦ୍ୱିତୀୟ ଦିବସ। ଏଥିରେ ରିଷିଡା ଓ ରେଗେଡା ସେକ୍ଟରର ୮୮ ଜଣଙ୍କୁ ଟୀକା ଦିଆଯାଇଥିଲା। ଏଥିରେ ଦୁଇ ସେକ୍ଟରର ଆଶାକର୍ମୀ, ଅଙ୍ଗନୱାଡି କର୍ମୀ, ହେଲପର ତଥା ସ୍ୱାସ୍ଥ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ଜନ ସ୍ୱାସ୍ଥ୍ୟ ଅଧିକାରୀ କିଶୋର ଚନ୍ଦ୍ର ଦାଶ, ବି.ପି.ଏମ. ଅଜିତ ସଂ କୁମାର, ଆୟୁଷ ଡାକ୍ତର ଶିଖିଧ୍ୱଜ ପଟେଲ, ସ୍ୱାସ୍ଥ୍ୟକର୍ମୀ ବିତ୍ର ନାଏକଙ୍କ ତତ୍ୱାବଧାନରେ ଆୟୋଜିତ ଟୀକାକରଣ କାର୍ଯ୍ୟକ୍ରମରେ ରଶ୍ମୀରାଣୀ ପଣ୍ଡା, ସନ୍ତୋଷିନୀ ସାହୁ ଓ ବିଜୟ ମାଝୀ ଟୀକା ଦେଇଥିବା ବେଳେ ଜଟିଳା ମଂଜରୀ ଲେଙ୍କା, ଆନନ୍ଦିନୀ ସାହୁ, ରାକେଶ କୁମାର ସାହୁ ସହଯୋଗ କରିଥିଲେ। ଗତ ୨୧ ତାରିଖ ଦିନ ପ୍ରଥମ ଦିନରେ ୫୩ ଜଣଙ୍କୁ ଟୀକା ଦିଆଯାଇଥିଲା । ଆସନ୍ତା ୨୫ ତାରିଖ ଦିନ ତୃତୀୟ ଦିବସରେ ବାକିଥିବା ହିତାଧିକାରୀ ଟୀକା ନେବେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.