କୃଷିଭିତ୍ତିକ ପତ୍ରିକା ‘ଶ୍ୟାମଳ ସୁବର୍ଣ୍ଣ’ର ମକର ବିଶେଷାଙ୍କ ଲୋକାର୍ପିତ

କଟକ: କୃଷିକୁ ଓଡ଼ିଶାର ଜନସଂସ୍କୃତିର ଆଧାର ବୋଲି ବିବେଚନା କରାଯାଏ । ଚାଷ ନଥିଲେ ଜୀବ ନଥାନ୍ତା । ଓଡ଼ିଶା ସର୍ବଭାରତୀୟ ସ୍ତରରେ କୃଷିରେ ଉଲ୍ଲେଖନୀୟ ପାରଦର୍ଶିତା ପାଇଁ କୃଷିକର୍ମଣ ପୁରସ୍କାରରେ ପୁରସ୍କୃତ । କୃଷିର ବିକାଶ, କୃଷକର ବିକାଶ ଏହି ସ୍ଲୋଗାନକୁ ନେଇ ୨୦୧୮ ଏପ୍ରିଲରୁ ପ୍ରତି ମାସର ପ୍ରଥମ ସପ୍ତାହରେ ପ୍ରକାଶ ପାଇଆସୁଥିବା ଓଡ଼ିଶାର ପ୍ରଥମ ଛାତ୍ର ସମ୍ପାଦିତ କୃଷିଭିତ୍ତିକ ତୈମାସିକ ପତ୍ରିକା ‘ଶ୍ୟାମଳ ସୁବର୍ଣ୍ଣ’ର ଦ୍ୱାଦଶ ସଂଖା ମକର ସଂକ୍ରାନ୍ତି ବିଶେଷାଙ୍କକୁ ମାନ୍ୟବର କୃଷି, ମତ୍ସ୍ୟ, ପଶୁସମ୍ପଦ ଓ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଡ. ଅରୁଣ ସାହୁ ଲୋକର୍ପିତ କରିଛନ୍ତି । ଶ୍ୟାମଳ ସୁବର୍ଣ୍ଣ ସବୁବେଳେ କୃଷି ଓ କୃଷକର ଉନ୍ନତି ଦିଗରେ କାର୍ଯ୍ୟ କରିବାକୁ ମାନ୍ୟବର ମନ୍ତ୍ରୀ ପରାମର୍ଶ ଦେବା ସହ ଛାତ୍ରଛାତ୍ରୀମାନଙ୍କର ଏପରି ଅଭିନବ ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଛନ୍ତି । ଏହି ଅବସରରେ ସଂକଳ୍ପ ଟିଭିର ନିର୍ଦ୍ଦେଶକ ଅଶୋକ ଦାସ, ପୂର୍ବତନ ଯୁଗ୍ମ କୃଷି ନିର୍ଦ୍ଦେଶକ (ସୂଚନା) ଗୁରୁପ୍ରସାଦ ତ୍ରିପାଠୀ, ସମ୍ପାଦକ ସ୍ତମ୍ଭକାର ଡ଼ି. ଶୁଭମ୍‌, ସମ୍ପାଦନା ମଣ୍ଡଳୀ ସଦସ୍ୟ ବିଜ୍ଞାନ ମିହିର ରାଉତ, ଜଗଦାନନ୍ଦ ପ୍ରଧାନ, ନିରଦ ବରନ ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ଏପ୍ରିଲ ମାସରେ ଶ୍ୟାମଳ ସୁବର୍ଣ୍ଣର ତୃତୀୟ ସ୍ୱନକ୍ଷତ୍ର ଉତ୍ସବ ପାଳନ କରାଯିବା ସହ ଆଗକୁ ଚାଷୀମାନଙ୍କ ପାଇଁ ଅନେକ କିଛି କରିବାକୁ ଯୋଜନା ଅଛି ବୋଲି ସମ୍ପାଦକ ଡି.ଶୁଭମ୍‌ ମତବ୍ୟକ୍ତ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.