ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଉତ୍କଳ ବିକାଶ ପରିଷଦ ପକ୍ଷରୁ ନିଧି ସଂଗ୍ରହ କାର୍ଯ୍ୟକ୍ରମ

କଟକ: ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ କଟକ ସଦର ବୟାଳିଶମୌଜା ଉପକଣ୍ଠ କୂଳସରିଚୁଆଁ ଓ କଳପଡା ଏବଂ ଅନ୍ୟାନ୍ୟ ପଞ୍ଚାୟତରେ ନିଧି ସଂଗ୍ରହ ଅଭିଯାନ କଟକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ ଜାରି ରହିଛି । ଏହି ମହାଅଭିଯାନରେ ପରିଷଦ ପକ୍ଷରୁ ପ୍ରାଣକୃଷ୍ଣ ରାୟ, ଭୋଳିନାଥ ରାଉତ, ଶରତ କୁମାର ରାଉଳ, ପ୍ରଫୁଲ୍ଲ ପ୍ରଧାନ, ଗଜେନ୍ଦ୍ର ବେଉରା, ଅନିଲ ମହାପାତ୍ର, ବେନୁ ପତି, ଦେବୀ ପ୍ରସାଦ ପତି, ବିଶ୍ୱରଂଜନ ସେଠୀ, ଅଭିରାମ ଦଳାଇଙ୍କ ସହ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତରହି ବହୁଗ୍ରାମ ପରିକ୍ରମାକରି ନିଧି ସଂଗ୍ରହ କରୁଛନ୍ତି। ମନ୍ଦିର ନିର୍ମାଣ ଅଭିଯାନ ପାଇଁ ଜନସାଧାରଣଙ୍କର ଅଭୂତପୂର୍ବ ଉତ୍ସାହ ଓ ସହଯୋଗ ପରିଲକ୍ଷିତ ହେଉଥିବାର ଲକ୍ଷ୍ୟ କରାଯାଉଛି। ଏହି ମହାଅଭିଯାନରେ ତଥା ସମ୍ପର୍କ ଯାତ୍ରାରେ ସାମିଲହୋଇ ଧାର୍ମିକ କାର୍ଯ୍ୟକୁ ସୁଚାରୁ ରୁପେ ସମ୍ପାଦନ କରୁଥିବା ପରିଷଦର କାର୍ଯ୍ୟକର୍ତା ଏବଂ ନିଧି ସମର୍ପଣ କରୁଥିବା ଜନସାଧାରଣ ମାନଙ୍କୁ ସଭାପତି ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ସାଧୁବାଦ ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.