ମ.ରାମପୁର ରେଂଜରେ ଯୋଗଦେଲେ ନୂତନ ରେଂଜ ଅଧିକାରୀ

କଳାହାଣ୍ଡି, (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅଧିନସ୍ଥ ମ.ରାମପୁର ରେଂଜରେ ନୂତନ ରେଂଜ ଅଧିକାରୀ ଭାବରେ ଅସିତ କୁମାର ଦାଶ ଯୋଗଦେଇଛନ୍ତି । ସେ ଏଥିପୂର୍ବରୁ ସୋନପୁର ଜିଲ୍ଲା ମୁଖ୍ୟାଳୟରେ କାର୍ଯ୍ୟ କରୁଥିବା ବେଳେ ଏଠାରେ କାର୍ଯ୍ୟରତ ରେଂଜ ଅଧିକାରୀ କେଶବ ମାଝୀଙ୍କୁ କେଗାଁକୁ ବଦଳି ହେବା ପରେ ସେହି ସ୍ଥାନରେ ନୂତନ ରେଂଜ ଅଧିକାରୀ ଭାବରେ ଶ୍ରୀ ଦାଶ ଯୋଗଦାନ କରିଛନ୍ତି । ନୂତନ ଭାବରେ ଯୋଗଦେଇଥିବା ରେଂଜ ଅଧିକାରୀ ଆଗାମୀ ଦିନରେ ମ.ରାମପୁର ରେଂଜରେ ବନ ସୁରକ୍ଷା ନିମନ୍ତେ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ ଏବଂ ରାତ୍ରି ପେଟ୍ରୋଲିଂକୁ ସଂପୂର୍ଣ୍ଣ ଭାବରେ କଡ଼ାକଡ଼ି କରାଯିବ ବୋଲି ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.