ବିଭିନ୍ନ ସ୍ଥାନରେ ୭୨ତମ ଗଣତନ୍ତ୍ର ଦିବସ

କଳାହାଣ୍ଡି, (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ର ବିଭିନ୍ନ ସ୍ଥାନରେ ୭୨ତମ ଗଣତନ୍ତ୍ର ଦିବସ କୋଭିଡ଼ ଗାଇଡ଼ଲାଇନର ପାଳନ ପୂର୍ବକ ପାଳିତ ହେଇଯାଇଛି । ସର୍ବସାଧାରଣ ସ୍ତରୀୟ ପ୍ୟାରେଡ଼ରେ ମୁଖ୍ୟ ଅତିଥିଭାବରେ ବିଡ଼ିଓ ରୁମାନା ଜାଫ୍ରି ଯୋଗଦେଇ ପତାକା ଉତ୍ତୋଳନ କରିଥିବାବେଳେ ତହସିଲଦାର ସୟଦ ଇସାକ ମଦିନା, ସରପଂଚ ଚିତ୍ତରଂଜନ ବାଗ, ଥାନାଧିକାରୀ ଜୟଦେବ ତାରିଣୀ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ ପରିଚାଳନା କରିଥିଲେ । ସର୍ବସାଧାରଣ ପତାକା ଉତ୍ତେଳାନ କାର୍ଯ୍ୟକ୍ରମରେ ପୋଲିସ କର୍ମଚାରୀ, ନିମନ୍ତ୍ରିତ ଅତିଥି କେବଳ ଯୋଗଦେଇଥିଲେ । ଠିକ୍ ସେହିପରି ମହାଶକ୍ତି ଫାଉଣ୍ଡେସନରେ ତହସିଲଦାର ସୟଦ ଇସାକ ମଦିନା ମୁଖ୍ୟ ଅତିଥିଭାବରେ ଯୋଗଦେଇ ପତାକା ଉତ୍ତୋଳନ କରିଥିବାବେଳେ ମହାଶକ୍ତି ଫାଉଣ୍ଡେସନର ସଂପାଦକ ଯୋଗାନନ୍ଦ ବେହେରା, କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁ ଉପସ୍ଥିତ ରହିଥିଲେ ।

ମ.ରାମପୁର ରେଞ୍ଜ କାର୍ଯ୍ୟାଳୟରେ ରେଂଜ ଅଧିକାରୀ ଅସିତ କୁମାର ଦାଶ, ମ.ରାମପୁର ଥାନାରେ ଥାନାଧିକାରୀ ଜୟଦେବ ତାରିଣୀ, ମ.ରାମପୁର ବ୍ଲକ କାର୍ଯ୍ୟାଳୟରେ ବିଡ଼ିଓ ରୁମାନା ଜାଫ୍ରି, ଆଇସିଡ଼ିଏସ କାର୍ଯ୍ୟାଳୟରେ ସିଡ଼ିପିଓ କୁସୁମ ମଞ୍ଜରୀ ପ୍ରହରାଜ,ଉତେଇ ଇରିଗେସନରେ ଏସଡ଼ିଓ ମେଡ଼ିକାଲଠାରେ ମେଡ଼ିକାଲ ଅଫିସର, ପ୍ରମୁଖ ପତାକା ଉତ୍ତୋଳନ କରିଥିଲେ । ଠିକ ସେହିପରି ବିଭିନ୍ନ ସରକାରୀବେସରକାରୀ ଶିକ୍ଷାନୁଷ୍ଠାନ, ବିଭିନ୍ନ କାର୍ଯ୍ୟାଳୟଠାରେ ୭୨ତମ ଗଣତନ୍ତ୍ର ଦିବସ ଅବସରରେ ପତାକା ଉତ୍ତୋଳନ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.