ଜଳ, ପରିମଳ ଓ ସ୍ବଚ୍ଛତା ସମ୍ବନ୍ଧରେ ସଚେତନତା ସୃଷ୍ଟି କଲେ କଳାକାର ସୁପ୍ରୀତ୍

ରାୟଗଡ଼: କଲ୍ୟାଣସିଂହପୁର ବ୍ଲକର ଦଶଟି ବିଦ୍ୟାଳୟକୁ ଯାଇ ଜଳ ପରିମଳ ଓ ସ୍ବଚ୍ଛତା ସମ୍ବନ୍ଧରେ ସଚେତନ ସୃଷ୍ଟି କରିଛନ୍ତି ଜଣାଶୁଣା କଳାକାର ତଥା ସାମ୍ବାଦିକ ସୁପ୍ରିତ୍ ଓରୋଫ୍ ସନ୍ତୋଷ କୁମାର ବଚ୍ଛା। ସଜ ନାଚ ଗୀତ ଏବଂ କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ଅନେକ ସଚେତନ ସାଂସ୍କୃତିକ କାର୍ଯ୍ୟକ୍ରମ କରି ବେଶ୍ ପ୍ରଶଂସିତ ହୋଇପାରିଛନ୍ତି। ଶିକ୍ଷା ବିଭାଗ ଓ ୟୁନିସେଫ୍ ସହାୟତାରେ ଭାରତ ଜ୍ଞାନ ବିଜ୍ଞାନ ପକ୍ଷରୁ ଦଶ ଦିନ ଧରି କଲ୍ୟାଣସିଂହପୁର ବ୍ଲକର ସିଙ୍ଗାରି ସରକାରୀ ଉଚ୍ଚ ବିଦ୍ୟାଳୟ, କତାଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ, ଧାମୁଣିପାଙ୍ଗା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କଲ୍ୟାଣସିଂହପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନାରାୟଣପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ସୁଳିପଦର ସରକାରୀ ଉଚ୍ଚ ବିଦ୍ୟାଳୟ, ମାଝିଗୁଡ଼ା ସରକାରୀ ଉନ୍ନୀତ ବିଦ୍ୟାଳୟ, ବୁଡାଗୁଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ , ଶିକରପାଇ ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ବଡ଼ଦ୍ଵାରସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରତିଯୋଗିତା ମାଧ୍ୟମରେ ସଚେତନ କାର୍ଯ୍ୟକ୍ରମ ହୋଇ ଯାଇଛି ।


ଦଶଟି ବିଦ୍ୟାଳୟ ଠାରେ ସିମୀତ ଛାତ୍ରଛାତ୍ରୀ, ସିଆରସିସି, ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକଙ୍କ ଉପସ୍ଥିତିରେ ପ୍ରଥମେ ହାତଧୁଆ କାର୍ଯ୍ୟକ୍ରମ ହୋଇଥିଲା ତା’ପରେ ଚିତ୍ରାଙ୍କନ, କୁଇଜ୍ ଓ ରଚନା ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି କୁଇଜ୍ ପ୍ରତିଯୋଗିତାରେ ମଧ୍ୟ ଦଶ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁସାରେ କୋଭିଡ୍ କଟକଣାକୁ ପାଳନ କରି ମାସ୍କ ଓ ସାନିଟାଇଜର୍ ବ୍ୟବହାର କରି ସାମାଜିକ ଦୂରତା ରକ୍ଷା କରି ଏଇ ସଚେତନ କାର୍ଯ୍ୟକ୍ରମ ହୋଇଥିଲା।


ଏଇ କାର୍ଯ୍ୟକ୍ରମରେ ସିଆରସିସି ମାନଙ୍କ ମଧ୍ୟରେ ପ୍ରଫୁଲ୍ଲ ଷଢ଼ଙ୍ଗି, ଧନେଶ୍ଵର ଜାନି, ସୁଶୀଲ କୁମାର ମହାପାତ୍ର, ରମେଶ ବିଡ଼ିକା, ପ୍ରଫୁଲ୍ଲ ଚନ୍ଦ୍ର ସୁବୁଦ୍ଧି, ଶ୍ରୀ ସରୋଜ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ସେହିପରି ପ୍ରଧାନ ଶିକ୍ଷକଙ୍କ ମଧ୍ୟରେ ବୁଦ୍ଧଦେବ ନାୟକ, ଦିଲିପ୍ କୁମାର ପାଣିଗ୍ରାହୀ, ସତ୍ୟ ନାରାୟଣ ତ୍ରୀପାଠୀ, ନନ୍ଦ କିଶୋର ସାବତ, ଚୁମକି ପାଣି, ରାମନାଥ କାଡ୍ରାକା, ଛବିଳ ସିଂ, ଗୀତାଞ୍ଜଳି ମଲିକ୍, ରତ୍ନାକର ପଣ୍ଡା ଏବଂ ସିମାଞ୍ଚଳ ସୁନାନି ପ୍ରମୁଖ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀ ମାନେ କୋଭିଡ୍ କଟକଣା ପାଇଁ ଅନେକ ଦିନ ଘରେ ରହିଯାଇଥିଲେ ଏବେ ସେମାନଙ୍କୁ ପୁଣିଥରେ ପାଠପଢ଼ା ପାଇଁ ମାନସିକ ସ୍ତରରେ ଯୋଡ଼ିତ କରିବା ଓ ସ୍ବଚ୍ଛତା ବିଷୟରେ ସଚେତନତା କରିବା ଏଇ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଧେଶ୍ୟ ଥିଲା। ଭାରତ ଜ୍ଞାନ ବିଜ୍ଞାନ ସମିତି ପକ୍ଷରୁ ସୁପ୍ରିତ୍ ଓରଫ଼୍ ସନ୍ତୋଷ କୁମାର ବଚ୍ଛା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ବିଦ୍ୟାଳୟ ଖୋଲିବା ପରେ ପ୍ରଥମେ ପ୍ରଥମେ ହୋଇଥିବା ଏଇ ସଚେତନ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ପ୍ରତିଯୋଗିତାରେ ଭାଗ ନେଇ ବେଶ୍ ଖୁସି ଓ ଆଗ୍ରହୀ ଥିବା ଦେଖା ଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.