ଏକତା ପରିଷଦର ଶ୍ରମଦାନ ଓ ଶ୍ରମଶକ୍ତି କାର୍ଯ୍ୟକ୍ରମ

କଳାହାଣ୍ଡି, (ହେମନ୍ତ ସାହୁ): ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏକତା ପରିଷଦ ତରଫରୁ ଚାଲିଥିବା ଶ୍ରମଶକ୍ତି ଓ ଶ୍ରମଦାନ କାର୍ଯ୍ୟକ୍ରମ ମ.ରାମପୁର ବ୍ଳକ ଉର୍ଲାଦାନୀ ପଂଚାୟତର ଜୁରାଖମନଠାରେ ଅନୁଷ୍ଠିତ ହେଇଯାଇଛି । ସାଧାରଣ ସଂପାଦକ ରମେଶ ଶର୍ମାଙ୍କ ନେତୃତ୍ୱରେ ଚାଲିଥିବା ଏହି କାର୍ଯ୍ୟକ୍ରମ ଭାରତବର୍ଷର ୧୭ଗୋଟି ରାଜ୍ୟରେ ଚାଲିଥିବାବେଳେ ଓଡିଶାର ସାତଟି ଜିଲ୍ଲାର ୩୫ଟି ସ୍ଥାନରେ ଏହି କାର୍ଯ୍ୟକ୍ରମ ଚାଲିବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଜୁରାଖମନଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମ.ରାମପୁର ବିଡ଼ିଓ ରୁମାନା ଜାଫ୍ରି, କଳାହାଣ୍ଡି ସଂଯୋଜକ ଭାରତ ଭୂଷଣ ଠାକୁର, ସେବାଜଗତ ସଂପାଦକ ସତ୍ୟ ନାରାୟଣ ପଟ୍ଟନାୟକ, ସମାଜସେବୀ ରୋଶନାରା ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ରଙ୍ଗାପଦର ଠାରେ ଏକ ଦିନିକିଆ କର୍ମଶାଳା ମଧ୍ୟ ଆୟୋଜନ କରାଯାଇଥିଲା । ଶ୍ରମିକମାନଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଜରିଆରେ ଜଳ, ଜମି ଓ ଜଙ୍ଗଲକୁ ପାଥେୟ କରି ଗ୍ରାମସ୍ୱରାଜ କିଭଳି ସ୍ଥାପନ କରାଯାଇପାରିବ ସେଦିଗରେ କାର୍ଯ୍ୟକ୍ରମ ଚାଲୁଥିବା ଜଣାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.