ଆର୍ନ୍ତଜାତୀୟ ମହିଳା ଦିବସ: ରୁଲି, ଝୁଲିଙ୍କ ସଂଘର୍ଷର କାହାଣୀ

ସମାଜରେ ଏଇମିତି କିଛି ଚରିତ୍ର ଥାନ୍ତି ଯାହାଙ୍କ ଜୀବନର ସଂଘର୍ଷର କାହାଣୀ ଅନ୍ୟପାଇଁ ପ୍ରେରଣାର ଉତ୍ସ ପାଲଟିଯାଏ। ମୁଣ୍ଡ ଉପରୁ ଛାତଟି ଉଡ଼ିଗଲା ପରେ ବି ମନଭିତରୁ କିିନ୍ତୁ ଦମ୍ଭ ଭାଙ୍ଗିନଥାଏ। ସେହି ଦମ୍ଭକୁ ନେଇ ଆଗକୁ ବଢିବାକୁ ହୁଏ। ଏଇମିତି ଏକ ସଂଘର୍ଷର କାହାଣୀ ଦେଖିବାକୁ ମିଳେ କଳାହାଣ୍ଡି ଜିଲ୍ଲା ମ.ରାମପୁର ସଦରମହକୁମାଠାରେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ମ.ରାମପୁରର ଚୈତନ୍ୟ ବେହେରା ଗୋଟିଏ ଛୋଟ ସିଲେଇ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ। ଘରେ ତାଙ୍କରି ପାଂଚ ପୁଅ ଝିଅ। ଏତେବଡ଼ ପରିବାରକୁ ନେଇ ସିଲେଇ କାମରେ ଘର ଚଳିବା କଷ୍ଟ ହେଉଥିବା ଦେଖି ଆଜକୁ ପ୍ରାୟ ୧୨ ତଳେ ରୁଲି ବେହେରା ବାପାଙ୍କୁ ଏହି ସିଲେଇକାମରେ ସହାୟତାର ହାତ ବଢେଇଲେ। ବାପାଙ୍କ ସହିତ ହାତ ମିଶାଇଲେ ଏବଂ ପରେ ପରେ ସେ ଏହି କାମକୁ ନିଜର ବୃତ୍ତି ଭାବରେ ଆଦରି ନେଲେ। ବାପ-ଝିଅ ମିଶି ରୋଜଗାର ସହିତ ପରିବାର ପ୍ରତିପୋଷଣ କଲେ ଏବଂ ଘରେ ଥିବା ଦୁଇବଡ଼ ଭଉଣୀଙ୍କୁ ବିବାହ ଦେଲେ। ଅନ୍ୟଭାଇ ଭଉଣୀଙ୍କୁ ପାଠପଢାଇବା ମଧ୍ୟ ଏହିଠାରୁ ହିଁ ଚାଲିଥାଏ। ଗତ ୨୦୧୫ ମସିହାରେ ହଠାତ ବାପାଙ୍କ ପରଲୋକ ପରେ ପୂର୍ଣ୍ଣଭାବରେ ଭାଙ୍ଗିପଡ଼ିଲେ ପରିବାର ଲୋକେ। କିନ୍ତୁ ଦମ୍ଭ ନେଇ ଠିଆହେଲେ ରୁଲି, ତାଙ୍କୁ ସହାୟତା କରିବାକୁ ଆଗେଇଆସିଲେ ଯୁକ୍ତତିନି ପାଠଶେଷ କରିଥିବା ଝୁଲି। ଦୁଇ ଭଉଣୀ ମିଶି ଏବେ ପରିବାର ର ମଙ୍ଗ ଧରିଛନ୍ତି। ଏମିତିକି ନିଜର ଏକ ଭାଇଙ୍କୁ ପାଠ ପଢାଇବା ସହିତ ତାଙ୍କୁ ରୋଜଗାର କ୍ଷମ କରେଇପାରିଛନ୍ତି। ଭାଇ ଏବେ ଜିନ୍ଦଲ କମ୍ପାନୀ, ବଡ଼ବିଲ, ମୟୂରଭଂଜରେ କାମଟିଏ କରିବାର ସୁଯୋଗ ନିଜ ଦୁଇ ଭଉଣୀଙ୍କ ସଂର୍ଘଷର ଫଳ। କେବଳ ଏତିକି ନୁହେଁ ନିଜ ପରିବାର ଆଗରୁ ଘର ଭଡ଼ାରେ ରହୁଥିବାବେଳେ ରୁଲି ଘର ପାଇଁ ଅର୍ଥ ସଂଚୟ କରି ଜାଗାଖଣ୍ଡେ କିଣିଲେ ଏବଂ କିଛି ବର୍ଷ ତଳେ ସରକାରୀ ସହାୟତାରେ ଘରଟିଏ କରିପାରିଛନ୍ତି।

Udyog Nursery
Udyogi Nursery


ନିଜ ଜୀବନକୁ ବାଜି ଲଗେଇ ଆଜି ରୁଲି ଓ ଝୁଲି ଘର ପାଇଁ ସାହାରା ପାଲଟିଥିବାବେଳେ ମାଁ ନଳିନୀ ବେହେରା ଆଖିରେ ଏହି ଦୁଇ ଝିଅଙ୍କୁ ନେଇ ଅନେକ ଖୁସି। କୁହନ୍ତି, ରୁଲି ଝୁଲି ମୋର ଦୁଇ ଝିଅ ନୁହଁନ୍ତି, ଦୁଇ ପୁଅ। ଯେଉଁମାନେ ଆଜିଭଳି ଯୁଗରେ ପରିବାର ପାଇଁ ସଂଘର୍ଷ କରି ଘରେ ହସ ଫୁଟାଇ ପାରିଛନ୍ତି।

ଉପସ୍ଥାପନା:
ହେମନ୍ତ ସାହୁ
ସ୍ବତନ୍ତ୍ର ପ୍ରତିନିଧି କଳାହାଣ୍ଡି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.