ବାଲୁକା କଳା ‘ଷ୍ଟାଚ୍ୟୁ ଅଫ୍ ଲିବର୍‌ଟି’ ମାଧ୍ୟମରେ ଆନ୍ତର୍ଜାତିୟ ମହିଳା ଦିବସର ଶୁଭେଚ୍ଛା

ଆଜି ଆନ୍ତର୍ଜାତୀୟ ମହିଳା ଦିବସ । ମହିଳାଙ୍କ ସ୍ୱତନ୍ତ୍ରତା ନେଇ ଆମେରିକାରେ ଥିବା “ଷ୍ଟାଚ୍ୟୁ ଅଫ୍ ଲିବର୍‌ଟି” କୁ ଅନୁକରଣ କରି ଖ୍ୟାତି ସଂପନ୍ନ ଯୁବ ବାଳୁକା ଶିଳ୍ପୀ ଓମପ୍ରକାଶ ସାହୁ ବାଲୁକା କଳାରେ ନିର୍ମାଣ କରିଛନ୍ତି ଏଇ ପ୍ରତିକୃତି । ଏଇ “ଷ୍ଟାଚ୍ୟୁ ଅଫ୍ ଲିବର୍‌ଟି” ର ପୁରା ନାମ “ଲିବର୍‌ଟ ଅଫ୍ ଏନଲାଇଟିଙ୍ଗ ଦି ୱାଲର୍ଡ” ଅର୍ଥାତ ସ୍ୱତନ୍ତ୍ରତା ସଂସାରକୁ ଶିକ୍ଷା ପ୍ରଦାନ କରେ । ଏଇ ମୂର୍ତିରେ ଜଣେ ନାରୀ ଡାହାଣ ପାତରେ ଏକ ମଶାଲ ଓ ବାମ ହାତରେ ଏକ ପୁସ୍ତକ ଧରିଛନ୍ତି । ଯାହାକି ସମସ୍ତ ପ୍ରକାର ଅନ୍ଧତା ନାରୀଶିକ୍ଷା ମାଧ୍ୟମରେ ଦୂର ହେବାର ସୂଚନା ଦିଏ । ଏଇ ମୂର୍ତି ୧୮୮୬ ମସିହାରେ ଫ୍ରାନ୍ସ ଆମେରିକାକୁ ବନ୍ଧୁତା ସ୍ୱରୂପ ପ୍ରଦାନ କରିଥିଲା । ଭାରତୀୟ ଆତ୍ମଚିନ୍ତନ ଆଖ୍ୟା “ଯା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା, ବିଦ୍ୟା ରୂପେଣ ସଂସ୍ଥିତାର ବାର୍ତା ଦିଏ ଏଇ ମୂର୍ତ୍ତି । ପୁଣିଥରେ ନାରୀଶିକ୍ଷା ଜାଗୃତ ହୋଇ ଆସୁରିକ ତତ୍ୱକୁ ନିପାତ କରିବାର କାମନା କରି ଶିଳ୍ପୀ ଶ୍ରୀ ସାହୁ ଏଇ ମୂର୍ତି ତିଆରି କରି ମହିଳା ସମାଜକୁ ଶୁଭେଚ୍ଛା ଜଣାଇଛନ୍ତି ।

ଉପସ୍ଥାପନା:
ନରୋତ୍ତମ ସେଲମା
ସ୍ବତନ୍ତ୍ର ପ୍ରତିନିଧି କଳାହାଣ୍ଡି, OdiaBarta.in
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.