ଲାଞ୍ଜିଗଡ ପ୍ରାଧାନୀପଡା ଯୁବ ଗୋଷ୍ଠି ପକ୍ଷରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ

ଲାଞ୍ଜିଗଡ: ଲାଞ୍ଜିଗଡ ପ୍ରଧାନୀପଡା ଯୁବ ଗୋଷ୍ଠୀଙ୍କ ପକ୍ଷରୁ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଗୋବର୍ଦ୍ଧନ ବିସିଙ୍କ ନେତୃତ୍ୱରେ ଆଜିକୁ ପ୍ରାୟ ତିନି ମାସ ହେଲା ୩୫ ଜଣ ସଦସ୍ୟକୁ ନେଇ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।ମାସର ପ୍ରତ୍ୟେକ ରବିବାର ଦିନ ଗ୍ରାମ ତଥା ନିଜ ଅଞ୍ଚଳ ପାଇଁ ଶ୍ରମ ଦାନ କରି ଅଞ୍ଚଳକୁ ପରିମଳ ମୁକ୍ତ କରିବୁ ବୋଲି ଏହି ଯୁବ ଗୋଷ୍ଠି ଶପଥ ନେଇଛନ୍ତି।


ଲାଞ୍ଜିଗଡ ଶିଵ ମନ୍ଦିର ପରିସର, ମହାଦେବ ପଡାର ନଳକୂପ, ଜଗନ୍ନାଥ ମନ୍ଦିର ସହରର ମୁଖ୍ୟ ସଡକ, ଏଟିଏମ ଛକ, ଯୁଗଲ କମ୍ପେସ ଛକ, ଥାନା ଛକ, ମେଡ଼ିକାଲ ଛକ, ହାଇସ୍କୁଲ ଛକ ଓ ହନୁମାନ ମନ୍ଦିର ଓ ରାଜାପଡା ଶେଷ ପର୍ଯ୍ୟନ୍ତ ସଡ଼କ ତଥା ଡ୍ରେନରେ ଥିବା ଅଳିଆ ଆବର୍ଜନାକୁ ଏଜାଠି କରି ଟ୍ରାକ୍ଟର ଯୋଗେ ବାହାରେ ଫିଙ୍ଗାଯାଇଥିଲା।


କାର୍ଯ୍ୟକ୍ରମରେ ବାବୁ ଜେନା, ବେଦାନ୍ତ ଫାୟାର ଅଫିସର ଭବାନୀ ଶଙ୍କର ନନ୍ଦ, କାର୍ତ୍ତିକ ଓଡ଼ିଆ, ପୁରୁନ୍ଦର ଦଣ୍ଡସେନାଙ୍କ ସମେତ ସମସ୍ତ ସଦସ୍ୟ ଯୋଗ ଦେଇଥିଲେ।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.