ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ସ୍ୱଚ୍ଛ ଗ୍ରାମ ସବୁଜ ଗ୍ରାମ କାର୍ଯ୍ୟକ୍ରମ

କୋକସରା, (ହିରଣ୍ୟ ବେହେରା): ଯୁବ କ୍ରିୟାନୁଷ୍ଠାନ କମିଟି ସିଉନି ଓ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡିର ମିଳିତ ଆନୁକୂଲ୍ୟରେ ସିଉନି ଗ୍ରାମ ପରିସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରୀୟ ଯୁବ ସ୍ବେଛାସେବୀ କୋପନେଶ୍ୱର ବେମାଲଙ୍କ ତତ୍ଵାବଧାନ ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ଯୁବ କ୍ରିୟାନୁଷ୍ଠାନ କମିଟିର ସଭାପତି ଭୁବନେଶ୍ୱର ଦିଶାରୀଙ୍କ ସହିତ କ୍ଳବ ର ଅନେକ ସଦସ୍ୟମାନେ ସହଯୋଗ କରିଥିଲେ।

ଏହି ଅବସରରେ ରାଷ୍ଟ୍ରୀୟ ସ୍ବେଛାସେବୀ ଶ୍ରୀ ବେମାଲ ଯୁବ ବର୍ଗଙ୍କୁ ସ୍ୱଚ୍ଛ ଗ୍ରାମ ଓ ସବୁଜ ଗ୍ରାମ ଉପରେ ସମ୍ୟକ ଧାରଣା ଦେଇ କାର୍ଯ୍ୟ ରେ ରୂପାନ୍ତରିତ କରିବାକୁ ଉତ୍ସାହ ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.