ବିଶ୍ୱ ମହିଳା ଦିବସରେ କବିତା : ସେବେ କହିବ ଅଭିନନ୍ଦନ

Omkar Vasthu
Omkar Vasthu

✒️ଜ୍ୟୋତ୍ସ୍ନାରାଣୀ ଧଙ୍ଗଡ଼ାମାଝୀ

ଦେବୀ ପୂଜାରେ ସିନା
ଏ ନର ତରତର,
ଘରର ଦେବୀକୁ କରେ
ଅକଥନୀୟ ଅତ୍ୟାଚାର।

Pearl dental clinic
Near Ashish Medical Store, Bhawanipatna

ପର ଘର ଝିଅ ବୋଲି
ନଥାଏ କିଛିରେ ଅଧିକାର,
ଘରର ସବୁ କାମ କରି
ମିଳେ ଖାଲି ତିରସ୍କାର।

Udyog Nursery
Udyogi Nursery

ସ୍ୱାଧୀନ ହୋଇଛି ଦେଶ
ସ୍ୱାଧୀନ ନୁହଁଇ ନାରୀ,
ଇଚ୍ଛାମତେ କିଛି କରିବା ମନା
ଗୋଡ଼େ ତା ଲାଗିଛି ଡୋରୀ।

କଥାରେ ଅଛି ସିନା
ଦୁହିତା ଦୁଇ କୁଳକୁ ହିତା,
ଆଜିର ଏ ଦୁନିଆରେ
ସେ ସମସ୍ତଙ୍କୁ ଲାଗେ ପିତା।

ଯେବେ ନାରୀକୁ ମିଳିବ ପୂର୍ଣ୍ଣ ଅଧିକାର
ତା ଜୀବନେ ଆସିବ ଶୁଭ ଦିନ,
ସେବେ ହିଁ କହିବ ସମସ୍ତେ
ମହିଳା ଦିବସର ଅଭିନନ୍ଦନ!

ଶିକ୍ଷୟିତ୍ରୀ,
ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମାଣ୍ଡେଲ,
ନର୍ଲା, କଳାହାଣ୍ଡି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.