ମୁଣ୍ଡଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଲାଞ୍ଜିଗଡ଼, (ଦୁଃଖିଶ୍ୟାମ ନାଗ): ଲାଞ୍ଜିଗଡ଼ ବ୍ଲକ ମୁଣ୍ଡଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଭୁତି ଭୂଷଣ ହରିଜନ କାର୍ଯ୍ୟକ୍ରମର ପ୍ରାରମ୍ଭରେ ମହିଳା ଦିବସର ତାତ୍ପର୍ଯ୍ୟ ସମ୍ବନ୍ଧରେ ଆଲୋକପାତ କରି କହିଥିଲେ ଯେ, ନାରୀ ବିନା ସୃଷ୍ଟି ସର୍ଜନା ର କଳ୍ପନା ମଧ୍ୟ କରିବା ଅସମ୍ଭବ, ନାରୀ ସର୍ବଶକ୍ତିମାନ, ସେ ସଦା ପୂଜ୍ୟ, ନମସ୍ୟ, ନାରୀ ଶକ୍ତି ର କଳନା ନାହିଁ ସେ ଶକ୍ତି ର ତୁଳନା ସଂସାରେ ନାହିଁ। ତେଣୁ ସମସ୍ତେ ମା ଭଉଣୀଙ୍କ ପ୍ରତି ସମ୍ମାନ ଓ ସୁରକ୍ଷା ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ ବୋଲି ସେ ପ୍ରକାଶ କରିଥିଲେ।


କାର୍ଯ୍ୟକ୍ରମରେ କମର୍ଦ୍ଧା ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀମତୀ ସୁଶୀଳା ନାଏକ ଓ ବର୍ତମାନର ସରପଞ୍ଚ ଶ୍ରୀମତୀ କାନ୍ତି ପାତ୍ର ଅତିଥି ଭାବେ ଯୋଗ ଦେଇଥିବା ବେଳେ ଶ୍ରୀମତୀ ଅନିତା ପାତ୍ର ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରତିନିଧି ଭାବେ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମଟିକୁ ବିଭୁତି ଭୂଷଣ ହରିଜନ ପରିଚାଳନା କାଟିଥିବା ବେଳେ ଶିକ୍ଷକ ହରେନ୍ଦ୍ର ପ୍ରଧାନୀ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.