ଜଙ୍ଗଲ ଜଳୁଛି: ବନ ବିଭାଗ ନିଘୋଡ ନିଦ୍ରାରେ ଶୋଇଛି, କାଠମାଫିଆ ପ୍ରୋତ୍ସାହନ ପାଇ ସୁବିଧା ନେଉଛି

ରାମନାଗୁଡା/ମୁନିଗୁଡା: ସରକାର ବହୁ ଅର୍ଥ ବ୍ୟୟ କରି ଜଙ୍ଗଲ ସୁରକ୍ଷା ନିମନ୍ତେ ଯୋଜନା ପରେ ଯୋଜନା କରିବା ସହ ନୂତନ ଜଙ୍ଗଲ ସୃଷ୍ଟି କରି ଚାଲିଛନ୍ତି। ହେଲେ ଅସାଧୁ ଅଧିକାରୀ ମାନଙ୍କ ପାଇଁ ଏହା ଆଗକୁ ନଯାଇ ଦିନକୁ ଦିନ ଅବନତି ଘଟିବାରେ ଲାଗିଛି। ବହୂତ ସ୍ଥାନରେ ବୃକ୍ଷରୋପଣ କରାନଯାଇ କାଗଜ କଲମରେ ଶହ ଶହ ଏକର ରିଜର୍ଭ ଫରେଷ୍ଟ ଜମି ପଡିଆ ପଡିଥିବା ବେଳେ ତାହା ଚାରାରୋପଣ ହୋଇଥିଵା ଦର୍ଶାଯାଇଛି। ଯାହାକି ସୁଚନା ଅଧିକାର ଆଇନରେ ସୁଚନା ମାଗିଲେ ମଧ୍ଯ ସୂଚନା ମିଳୁନି। ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ମୁନିଗୁଡା ବନବିଭାଗ ରେଞ୍ଜ ଅଞ୍ଚଳରେ। ସଦ୍ୟ ଘଟଣା ଅନୁଯାଇ ଚନ୍ଦ୍ରପୁରୁ ଅଞ୍ଚଳରେ ଜଙ୍ଗଲରେ ହୁ ହୁ ହୋଇ ଦିନରେ ଜଙ୍ଗଲ ପୋଡିଯାଉଥିବା ଯାରପା ଠାରୁ ଚନ୍ଦ୍ରପୁରୁ ଯିବା ପିଚୁ ରାସ୍ତାରୁ ମାତ୍ର ଦୁଇଶହ ମିଟର ମଧ୍ୟରେ ହୋଇଥିଲେ ମଧ୍ୟ ରାସ୍ତାରେ ଯାତାହୟତ କରୁଥିଵା ଲୋକମାନେ ଦେଖି ଦୁଖପ୍ରକାଶ କରୁଥିବା ବେଳେ ବିଭାଗିୟ ଅଧିକାରୀଙ୍କୁ ଜଣା ନାହିଁ।

ବାଉଁଶ ଓ କାଠ ପୋଡିଯିବା ପରେ କାଠ ମାଫିଆଙ୍କୁ କଚେବାର ହୋଇଥାଏ। ସରକାର ନିଆଲିଭା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରି କୋଟି କୋଟି ଟଙ୍କା ବିନିଯୋଗ କରିଛନ୍ତି। ହେଲେ ଫଳଶୂନ୍ୟ ହେବା ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଏହି ବିଭାଗରେ ଗଛଲଗା ଠାରୁ ଆରମ୍ଭ କରି ଡ୍ରେନ ତିଆରି ଓ ଘର ତିଆରି ଚାରାରୋପଣ ଆଦିରେ ବହୁ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଆସୁଥିବା ବେଳେ ନିଆଁ ଲିଭାଯାଇ ପାରୁନଥିଵା ନେଇ ସନ୍ଦେହ ସୃଷ୍ଟି ହୋଇଛି। ସରକାର ତୁରନ୍ତ ନିଆ ନ ଲାଗିବା ପାଇଁ ପଦକ୍ଷେପ ଗ୍ରହଣ କରିବାସହ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି।

ରାମନାଗୁଡା ପ୍ରତିନିଧି ଦିଲୀପ କୁମାର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.